Odiapua.com

ମାଓ ପ୍ରଭାବିତ ବ୍ଲକ ରାୟଗଡ଼ରେ ଦୁଇଟି ଟିଫିନ ବୋମା ଡିଫ୍ୟୁଜ କରାଗଲା

ନବରଙ୍ଗପୁର ୬-୧ (ଓଡ଼ିଆ ପୁଅ/ବସନ୍ତ ରଥ) : ରବିବାର ଦିନ ସଂଧ୍ୟାରେ ଓଡିଶାର ନବରଙ୍ଗପୁର ଜିଲ୍ଲାର ରାୟଗଡ଼ ବ୍ଲକ ମାଓ ପ୍ରଭାବିତ ସରଗୁଲୀ ଅଞ୍ଚଳରୁ ଦୁଇଟି ଟିଫିନ ବୋମା ଜବତ କରାଯାଇ ଜିଫ୍ୟୁଜ କରାଯାଇଛି।

ଖବର ଅନୁସାରେ ରାସ୍ତାରେ ଯିବା ସମୟରେ ଜଣେ ସ୍ଥାନୀୟ ୟୁବକ ଦେଖିଲେଯେ, ସରଗୁଲୀ ଗ୍ରାମରେ ସଡ଼କ କଡ଼ରେ ଦୁଇଟି ସଂଦିଗ୍ଧ ବୋମା ରଖାଯାଇଛି। ସେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହିଁଞ୍ଚି ଘେରାବନ୍ଦୀ କରିଥିଲା।ଏହାପରେ ବମ ନିରୋଧକ ଦଳ ସହିତ ବିଏସଏଫକୁ ଘଟଣାସ୍ଥଳକୁ ଡକାଗଲା। ସୋମବାର ସକାଳେ ବମ ନିରୋଧକ ଦଳ ଘଟଣାସ୍ଥଳରେ ପହଁଞ୍ଚି ଦୁଇଟି ବୋମାକୁ ଏକାନ୍ତ ଜାଗାରେ ରଖି ଡିଫ୍ୟୁଜ କରିଛନ୍ତି।

ରାୟଗଡ଼ ପୁଲିସ ଏହା ଜାଣିବା ପାଇଁ ଜାଞ୍ଚ ଆରମ୍ଭ କରିଛି କି କିଏ ଏବଂ କାହା ଆଦେଶରେ କେଉଁ ପରିସ୍ଥିତିରେ ବୋମା ସେଠାରେ ଛାଡ଼ି ଚାଲିଗଲା।

ସୂଚନାଯୋଗ୍ୟଯେ, ଏହି କ୍ଷେତ୍ରଟି ହେଉଛି ପଡ଼ୋଶୀ ଛତିଶଗଡ଼ର ସୀମା ବର୍ତ୍ତୀ ଅଞ୍ଚଳ ଏବଂ ମାଓ ପ୍ରଭାବିତ ଅଞ୍ଚଳ।