Odiapua.com

ମାଓବାଦୀ ପୁଲିସ ଗୁଳିବିନିମୟ, ମାଓକ୍ୟମ୍ପ ଧ୍ୱଂସ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ମାଲକାନଗିରି,୧୪ା୩ (ଓଡିଆ ପୁଅ ) ମାଲକାନଗିରି ସ୍ୱାଭିମାନ ଅଚଂଳରେ ଏସିପି ରିଶିକେଶ ଡି ଖିଲାରୀଙ୍କ ନେତୃତ୍ୱରେ ଏସଓଜି,ଡିଭିଏଫ ପୁଲିସ ଓ ବିଏସଏଫ ଯବାନ ମାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ଓ ମାଓ ସର୍ଚଅପରେସନ ଚାଲିଥିଲା । ଏହି ଅପରେସନ ସମୟରେ ମାଓବାଦୀ ପୁଲିସଙ୍କ ମଧ୍ୟରେ ଗୁଳିବିନମୟ ଘଟି ମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିବା ବେଳେ ପୁଲିସ ପକ୍ଷରୁ ମାଓକ୍ୟାମ୍ପ ଧ୍ୱଂସ ସହ ବହୁପରିମାଣର ମାଓସାମଗ୍ରୀ ଜବତ କରାଯାଇଛି । ଆଜି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବିଦିକ ସମ୍ମିଳନୀରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଗଣମାଧ୍ୟମକୁ ଏ ସଂପର୍କରେ ସୁଚନା ଦେଇଛନ୍ତି । ସ୍ୱାଭିମାନ ଅଚଂଳରେ ମାଓବାଦୀ ମାନେ ଗୁପ୍ତବୈଠକ କରୁଥିବାର ଗୋଇନ୍ଦାସୁତ୍ରରୁ ଖବର ପାଇ ଶନିବାର ଦିନ ବାଲିମେଲା ଜଳଭଣ୍ଡାର ଅପର ପାଶ୍ୱର୍ ସ୍ୱାଭିମାନ ଅଚଂଳର ମୁଦୁଲିଗୁଡା ନାରଙ୍ଗି ଝୋଲା ଜଙ୍ଗଲକୁ ଏସଓଜି,ଡିଭିଏଫ,ବିଏସଏଫ ଯବାନ ମାନଙ୍କୁ ନେଇ ମିଳିତ ମଲ୍ଟି ପାର୍ଟି ପକ୍ଷରୁ ଆଟିଂ ଲକ୍ସଲ ଅପରେସନ ଆରମ୍ଭ କରାଯାଇଥିଲା । ଶନିବାର ସନ୍ଧ୍ୟାରେ ସ୍ୱାଭିମାନ ଅଚଂଳ ନାରଙ୍ଗିଝୋଲା ମୁଦୁଲିଗୁଡା ପାହଡ ଉପରୁ ହଟାତ ସୁରକ୍ଷା କର୍ମୀ ମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପ୍ରତିବାଦରେ ସୁରକ୍ଷା କର୍ମୀ ମାନେ ମଧ୍ୟ ଗୁଳିଚାଳନା କରିଥିଲେ ।ସୁରକ୍ଷା କର୍ମିମାନଙ୍କୁ ମୁକାବିଲା କରିନପାରି ମାଓବାଦୀ ମାନେ ଜଙ୍ଗଲରେ ଛତ୍ରଭଙ୍ଗଦେଇ ଲୁଚିପଳାଇଥିଲେ । ପରେ ସୁରକ୍ଷାକର୍ମୀ ମାନେ ସର୍ଚକରିବାରୁ ଟିପିନ ବମ, ଇଲେକ୍ଟ୍ରିକ ଡେଟୋନେଟର,କୋଡେକ୍ସ ତାର, ଲ୍ୟାଣ୍ଡମାଇନ ବ୍ୟବହୃତ ତାର,ଆଲୁମିନିୟମ ପ୍ଲେନ ଡେଟୋନେଟର, ବିସ୍ପୋରକ ଦ୍ରବ୍ୟ, ମାଓବାଦୀ ପୋଷାକ,ମାଓବାଦୀଙ୍କ ପୁସ୍ତକ.ବ୍ୟାନର,ମାଓବାଦୀଙ୍କ ଲାଲ ପତାକା,କିଟ ବ୍ୟାଗ,କ୍ୟାପ,ବେଲ୍ଟ,ବିଭିନ୍ନ ପ୍ରକାର ଔଷଧ, ସହ ଅନ୍ୟାନ ମାଓସାମଗ୍ରୀ ଜବତ କରିଛନ୍ତି । ଆଜି ଜିଲ୍ଲାପୁିସ କାର୍ଯ୍ୟାଳୟରେ ଏସପି ଶ୍ରୀ ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଥିଲେ କୁମ୍ବିଂ ଅପରେସନରେ ଯାଉଥିବା ଯବାନ ଓ ପୁଲିସଙ୍କୁ ଟାର୍ଗେଟକରି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟିକରିବା ପାଇଁ ମାଓବାଦୀ ମାନେ ଏହି ସବୁ ବିସ୍ପୋରକ ଦ୍ରବ୍ୟ ଡପିଂ କରି ରଖିଥଲେ । ଏହା ଉଦ୍ଧାର ହେବା ଦ୍ୱାରା ମାଓବାଦୀଙ୍କ ଏକ ବଡଧରଣର ବିସ୍ପୋରଣ ଘଟଣାକୁ ପୁଲିସ ପଣ୍ଡକରିଦେଇଛି । ମାଲକାନଗିରି ଜିଲ୍ଲାପୁଲିସ,ବିଏସଏଫ ଯବାନ, ଏସଓଜି, ଡିଭିଏଫ ଯବାନ, ଆନ୍ଦ୍ରପୁଲିସର ମିଳିତ ଭାବେ ସ୍ୱାବିମାନ ଅଚଂଳରେ ମାଓଅପରେସନ ଚାଲିଛି, ଦୁର୍ଗମ ଅପହଁଚ ମାଓପ୍ରବଣ ଇଲାକା ଗୁଡିକରେ ସର୍ଚଅପରେସନ କରାଯାଇ ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଲୁଚାଇରଖିଥିବା ବନ୍ଧୁକ ତିଆରି ସାମଗ୍ରୀ,ଗୋଳାବାରୁଦ,ମାଓସାମଗ୍ରୀ ଜବତ କରିବାରେ ପୁଲିସ ସଫଳ ହୋଇଛି, ସ୍ୱାଭିମାନ ଅଚଂଳରେ ବିଏସଏଫ କ୍ୟାମ୍ପ ଓ ପୁଲିସ ଥାନା ହୋଇ ଯିବାରୁ ମାଓବାଦୀ ମାନଙ୍କ ପାଦୃଭାବ କମି ଯାଇଛି । ସେମାନେ ଲୁଚିଛପି ହିସାଂକାଣ୍ଡ ଘଟାଇବା ପାଇଁ ଯୋଜନା ଚଳାଇଛନ୍ତି । ଗତ ଦୁଇଦିନହେଲା କୌଣସି ଏକ ବଡଧରଣର ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ଏହି ସାମଗ୍ରୀ ଜବତ ହୋଇ ଯିବାପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି । ମାଓପ୍ରବଣ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି ।