Odiapua.com

ମାଓବାଦୀଙ୍କ ସହିଦ ସପ୍ତାହ ସରିଲା,୭ଦିନପରେ ସରକାରି ବସ ଚଳାଚଳ ଆରମ୍ଭ କଲା

ମାଲକାନଗିରି,୪ା୮  (ଓଡିଆ ପୁଅ )  ଗତ୨୮ତାରିଖ ଠାରୁ ଚଳିତମାସ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପାଇଁ ରାଜ୍ୟସରକାରଙ୍କ ଓଏସଆରଟିସି ସରକାରୀ ବସ ଦୀର୍ଘ ସାତଦିନ ଧରି ଚଳାଚଳବନ୍ଦ ରହିଥିଲା । ମାଓବାଦୀଙ୍କ ସହିଦ ସପ୍ତାହ ସରି ଯାଇଥିବାରୁ ଆଜି ଠାରୁ ସରକାରି ବସ ଗୁଡିକ ସ୍ୱାଭାବିକ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଚଳାଚଳ ଆରମ୍ଭ କରିଦେଇଛି । ଏହି ସହିଦ ସପ୍ତାହ ଦିବସ ଅବସରରେ ନିର୍ଭୟରେ  ଘରୋଇ ବସ ଓ ଅନ୍ୟାନ ଯାନବାହନ ଗୁଡିକ ଚଳାଚଳ କରୁଥିବା ବେଳେ ମାଓବାଦୀଙ୍କୁ ଭୟରେ କେବଳ ଓଡିଶା ସରକାରଙ୍କ ସରକାରି ବସଗୁଡିକୁ ବନ୍ଦକରାଯାଇଥିଲା,ବିଶେଷ କରି ମାଲକାନଗିରି ଜିଲ୍ଲାକୁ ଚଳାଚଳକରୁଥିବା ୧୭ଟି ରୁଟର ୧୭ଟି ବସ ଦୀର୍ଘ  ସାତଦିନ ଧରି ବନ୍ଦରହିଥିବା ରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି ।ମାଓବାଦୀଙ୍କ ଏହି ସହିଦ ସପ୍ତାହ ପାଇଁ ରାଜ୍ୟପରିବହନ ନିଗମ ବିଭାଗ ଛାନିଆ ହୋଇ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ଥ ସରକାରି ବସ ଗୁଡିକୁ ଗତ୨୭ତାରିଖ ସଂନ୍ଧ୍ୟାରୁ ୩ତାରିଖ ରାତ୍ର ପର୍ଯ୍ୟନ୍ତ ଚଳାଚଳ ବନ୍ଦ କରିଦେଇଥିଲେ । କେତକ ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସଷ୍ଟାଣ୍ଡ ଠାରେ ଅଟକିରହିଥିଲା, ଏମିତି କି ବସ ଷ୍ଟାଣ୍ଡଠାରେ ଥିବା ଓଏସଆରଟିସି ବସ ଟିକେଟ କାଉଟଂର ଗତ୨୮ତାରିଖ ଠାରୁ ଅଗଷ୍ଟ ୩ତାରିଖ ଦୀର୍ଘ ସାତଦିନ ଧରି  ବନ୍ଦରହଥିଲା । ମାଲକାନଗିରି ଜିଲ୍ଲା ସହିତ ଅନ୍ୟଜିଲ୍ଲା ଓ ପଡୋଶି ରାଜ୍ୟ ଆନ୍ଦ୍ରପ୍ରଦେଶର ବିଭିନ୍ନ ୧୭ଟି ରୁଟକୁ ସରକାରି ବସ ଚଳାଚଳ କରିଥାଏ,ବିଶେଷ କରି ମାଲକାନଗିରି ଠାରୁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା. ବିଜୟନଗରମ, ଭୁବନେଶ୍ୱର,ବ୍ରହ୍ମପୁର, ଆସିକା, ବଲାଙ୍ଗିର, ଖଡିଆଳ,ଭଜଂନଗର, ଆସିକା,ରାୟଗଡା, ନବରଙ୍ଗପୁର,କୋରାପୁଟ ଅନେକ ଦୂରଗାମି ସରକାରି ବସ ଗୁଡିକ ଦୀର୍ଘ ସାତଦିନ ଧରି ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଥିଲେ । ଆଜି ଠାରୁ ସରକାରି ବସଗୁଡିକ ଚଳାଚଳ କରିଥିବାରୁ ବସଷ୍ଟାଣ୍ଡ ର ଓଏସଆରଟିସି ଟିକେଟ କାଉଟଂର ନିକଟରେ ଯାତ୍ରୀମାନଙ୍କ ଭିଡଲାଗି ଯାଇଥିବାର ଦେଖିବାକୁ ମିଳିଛି ।  ।