Odiapua.com

ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ,ପୁଲିସ ପକ୍ଷରୁ କଡାସୁରକ୍ଷା ସହ ସୀମାସିଲ

ମାଲକାନଗିରି,୨୮ା୭ (ଓଡିଆ ପୁଅ ) ଆଜି ଠାରୁ ମାଓବାଦୀ ମାନେ ସହିଦ ସପ୍ତାହ ଆରମ୍ଭ କରିଛନ୍ତି । ଆନ୍ଦ୍ର,ତେଲାଙ୍ଗାନା,ଓଡିଶା.ଛତିଶଗଡ ରାଜ୍ୟ ସୀମାନ୍ତ ବର୍ତି ବିଭିନ୍ନ ମାଓପ୍ରବଣ ଅଚଂଳରେ ମାଓବାଦୀଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଯାଇଛି । ମହାମାରି କରୋନା ଯୋଗୁ ମାଓବାଦୀଙ୍କ ଚଳିତ ବର୍ଷ ସିହଦ ସପ୍ତାହ କେତେକାଶଂରେ ଫିକା ପଡିଯାଇଥିବା ବେଳେ ମାଲକାନଗିରି, ଆନ୍ଦପ୍ରଦେଶ ,ଛତିଶଗଡ ରାଜ୍ୟର କିଛି ସୀମାନ୍ତବର୍ତି ଦୁର୍ଗମ ଅପହଁଚ ଗ୍ରାମଗୁଡିକରେ ନିର୍ମିତ ସ୍ଥାୟୀ, ଅସ୍ଥାୟୀ ସହିଦ ସ୍ତବ ନିକଟରେ ଲୁଚିଛପି ନାଚଗୀତ ମାଧ୍ୟମରେ ସହିଦସପ୍ତାହ ପାଳନ କରିଥିବାର ଜଣାପଡିଛି । ପୁଲିସଗୁଳିରେ ନିହତ ହୋଇଥିବା ମାଓବାଦୀ ମାନଙ୍କ ଅସ୍ଥାୟୀ ସହିଦସ୍ତମ୍ବ ନିକଟରେ ଏହି ସହିଦ ଦିବସରେ ମାଓବାଦୀ ମାନେ ମାଲ୍ୟର୍ପଣ ସହ ସ୍ମୃତି ଚାରଣ କରି ଲାଲସଲାମ ପକାଇ ଥିବାରଜଣାପଡିଛି । ମାଓବାଦୀଙ୍କ ଜନନାଟମଣ୍ଡଳୀ ଦ୍ୱାରା ବିପ୍ଳବୀଧର୍ମି ସଂଗୀତ ଓ ନୃତ୍ୟ ପରିବେଶଷଣ ହୋଇଥିବାର ଜଣାପଡିଛି । ଏହି ଅବସରରେ ମାଓନେତା ବେଣୁ ଏକ ଅଡିଓ ଟେପ ଗଣମାଧ୍ୟମକୁ ଜାରିକରି କେନ୍ଦ୍ର ଓ ରାଜ୍ୟସରକାର ଙ୍କ ମାଓଦମନ ନିତିକୁ ବିରୋଧ କରିବା ସହ ମାଓବାଦୀ ଙ୍କ ସହିଦ ସପ୍ତାହରେ ଯୋଗଦେଇ ସହିଦ ମାଓବାଦୀ ମାନଙ୍କୁ ଶ୍ରଦ୍ଧାଜଂଳି ଜଣାଇବା ପାଇଁ ଆହ୍ୱାନ ଦେଇଛନ୍ତି । ମାଓବାଦୀଙ୍କ ସାମ୍ଭାବ୍ୟ ହିଂସା କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି,ବିଭିନ୍ନ ମାଓପ୍ରବଣ ଅଚଂଳଗୁଡିକରେ ଏସଓଜି,ଓଡିଶାପୁଲିସ,ବିଏସଏଫ ଯବାନ ମାନେ ମିଳିତ ଭାବେ କମ୍ବଂଅପରେସନ ଚଳାଇଛନ୍ତି । ଜିଲ୍ଲାରେ ହାଇ ଆଲର୍ଟ ସହ ସର୍ଚଅପରେସନ ସାଙ୍ଗକୁ କମ୍ବିଂ ଅପରେସନକୁ ଯୋରଦାର କରା ଯାଇଛି, ଆନ୍ଦ୍ର,ଓଡିଶା , ଛତିଶଗଡ ରାଜ୍ୟ ସୀମାନ୍ତକୁ ସିଲ କରା ଯାଇ ଯାନ ବାହନ ଗୁଡିକୁ ଯାଚଂ କରାଯାଉଛି । ଆନ୍ଦ୍ର ଓଡିଶା ଛତିଶଗଡ ରାଜ୍ୟ ପୁଲିସର ମିଳିତ ଭାବେ ମାଓପ୍ରବଣ ଅଚଂଳଗୁଡିକରେ କମ୍ବିଂ ଅପରେସନ ଚାଲିଛି ବୋଲି ମାଲାକନଗିରି ଏସପି. ରିଶିକେଶ ଡି ଖିଲାରୀ ସୁଚନାଦେଇଛନ୍ତି ।ସୁଚନା ଥାଉକି ଜୁଲାଇ ମାସ୨୮ତାରିଖ ଠାରୁ ଅଗଷ୍ଟମାସ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ବିଭିନ୍ନ ମାଓପ୍ରବଣ ଅଚଂଳଗୁଡିକରେ ପାଳନ କରିଥାନ୍ତି ।