Odiapua.com

ମାଓବାଦୀଙ୍କ ଭାରତବନ୍ଦ ର ଶେଷଦିବସ, ସରକାରି ବସଚଳାଚଳ ବନ୍ଦ,ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି

ମାଲକାନଗିରି,୩୧ା୧ (ଓଡିଆ ପୁଅ ) କେନ୍ଦ୍ରସରକାରଙ୍କ ସମାଧାନ ଯୋଜନା,ଅପରେସନ ଗ୍ରୀନହଟଂ କୁ ବିରୋଧ ଓ ଅନ୍ୟାନ ଦାବିକରି ମାଓବାଦୀ ମାନେ ଗତ୨୫ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ ସହ ଭାରତବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦଡାକରାରେ ସେମାନେ ଯାନବାହନ ଗୁଡିକୁ ଟାର୍ଗେଟକରିଛନ୍ତି, ଗତ ମଙ୍ଗଳବାର ଦିନ  ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମହୁପଦର ମୁଣ୍ଡାଗୁଡା ଠାରେ ଗୋଟିଏ ଘରୋଇ ବସକୁ ନିଆଁ ଲଗାଇ ପୋଡିଦେଇଥିଲେ । ମାଓବାଦୀଙ୍କ ବନ୍ଦଡାକରାରେ କିଛି ମାଓପ୍ରବଣ ଅଚଂଳକୁ ବସଚଳା ଚଳା ବନ୍ଦରହିଛି,ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏହାର ସେମିତି କିଛି ପ୍ରଭାବ ପଡିନାହିଁ, ଦୋକାନବଜାର ଖୋଲାରହିବା ସହିତ ଅନ୍ୟାନ ଅଚଂଳକୁ ଘରୋଇ ବସ ଚଳାଚଳକରୁଥିବା ବେଳେ କେବଳ ରାଜ୍ୟପରିବହନ ନିଗମ ବିଭାଗ ଛାନିଆ ହୋଇ ଗତ୨୫ତାରିଖ ଠାରୁ୩୧ତାରିଖ ପର୍ଯ୍ୟନ୍ତ  ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ବସ ଗୁଡିକ ବନ୍ଦ କରିଦେଇଛନ୍ତି । ମାଓବାଦୀଙ୍କ ବସ ପୋଡିଦେବା ଭୟରେ କେତକ ସରକାରି ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସ ଷ୍ଟାଣ୍ଡ ଠାରେ ଅଟକିରହିଛି, ମାଲକାନଗିରି ଜିଲ୍ଲାର ବିଭିନ୍ନ ୨୫ଟି ରୁଟକୁ ସରକାରି ବସ ଚଳାଚଳ କରିଥାଏ,ବିଶେଷ କରି ମାଲକାନଗିରି ଠାରୁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା. ବିଜୟନଗରମ,ଭଦ୍ରଚଳମ,ଖମାମ,ଭୁବନେଶ୍ୱର, ବ୍ରହ୍ମପୁର, ଆସକା, ବଲାଙ୍ଗିର, ଖଡିଆଳ, ସମ୍ବଲପୁର,ଜୁନାଗଡ,ଭବାନିପାଟଣା, କଳାହାଣ୍ଡି,,କୋରାପୁଟ, ନବରଙ୍ଗପୁର,ଅନେକ ଦୂରଗାମି ସରକାରି ବସ ଗୁଡିକ ବନ୍ଦରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା, ଖମାମ, ବିଜୟନଗରମ,ଭଦ୍ରାଚଳମ, କୁ କେବଳ ସରାକାରି ବସ ଚଳାଚଳ କରିଥାଏ,ମାଓବାଦୀଙ୍କ ଭାରତ ବନ୍ଦଡାକରାରେ ଦୀର୍ଘ ସାତଦିନ ଧରି ଏହି ସବୁଅଚଂଳକୁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବିଶାଖାପାଟଣା ହସପିଟାଲକୁ ଚିକିତ୍ସା ନିମନ୍ତେ ଯାଉଥିବା ଅନେକ ରୋଗୀ ଓ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ମାଓବାଦୀ ମାନେ ମହୁପଦର,କିଆଙ୍ଗ, ଚିତ୍ରକୋଣ୍ଡା,ଆଦି ମାଓପ୍ରବଣ ଅଚଂଳରେ ଗୁଡିକରେ ବ୍ୟାନର ପୋଷ୍ଟର ଲଗାଇ ମାଓବାଦୀଙ୍କ ବନ୍ଦଡାକରା କୁ ସଫଳ କରିବା ପାଇଁ  ଆହ୍ୱାନ ଦେଇଛନ୍ତି । ମାଓବାଦୀଙ୍କ ଭାରତବନ୍ଦକୁ ଦୃଷ୍ଟିରେ ରଖି ମାଲାକନଗିରି ଜିଲ୍ଲାପୁଲିସ ଛତିଶଗଡ,ଆନ୍ଦ୍ରପ୍ରଦେଶ ସୀମାକୁ ସିଲକରି କମ୍ବିଂଅପରେସନ କୁ ଜୋରଦାର କରିଛି,ଜିଲ୍ଲାରେ ୩୦ରୁ ଉର୍ଦ୍ଦ ବିଏସଏଫ କ୍ୟାମ୍ପ ର ୪ବାଟାଲିୟନ ଯବାନ ରାତି ଦିନ ସଜାଗ ରହିଛନ୍ତି, ଏହା ବ୍ୟତିତି ଓଡିଶା ଆର୍ମପୁଲିସ ,ଏସଓଜି ଜବାନ ଆଇଆରବି,ଏସଏସବିଏନ,ବିଏସଏଫ ଜବାନ ମାନେ ମାନେ ମଧ୍ୟ ପଇଁତାରା ମାରୁଛନ୍ତି ।ଜିଲ୍ଲାରେ ହାଇ ଆଲର୍ଟ ସହ ସର୍ଚଅପରେସନ ସାଙ୍ଗକୁ କମ୍ବିଂ ଅପରେସନକୁ ଜୋରଦାର ଚାଲିଛି, ଆନ୍ଦ୍ର,ଓଡିଶା , ଛତିଶଗଡ ରାଜ୍ୟ ସୀମାନ୍ତକୁ ସିଲ କରା ଯାଇ ଯାନ ବାହନଗୁଡିକୁ ଯାଚଂ କରାଯାଉଛି ।  ମାଓହିଂସା କୁ ଦୃଡହସ୍ତରେ ଦମନ କରା ଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି ।