Odiapua.com

ମାଓଗଡ ଗୋରାସେତୁ ନିକଟରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା

ମାଲକାନଗିରି,୧ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୋରାସେତୁ ଗ୍ରାମ ଠାରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପର ଶୁଭଦେଇ ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ ଡି ଖିଲାରୀ । ଦୀର୍ଘ୫୦ବର୍ଷ ରୁ ଉର୍ଦ୍ଦହେବ ଏହି ଅଚଂଳରେ ମାଓବାଦୀଙ୍କ ଶାସନ ଚାଲିଥିଲା, ଏଠାରେ ଜାତୀୟପତାକା ବଦଳରେ ମାଓବାଦୀଙ୍କ ଲାଲଝଣ୍ଡା ଓ କଳାପତକା ଉଡୁଥିଲା, ଆଜି ସ୍ୱାଭିମାନ ଅଚଂଳ ପଣସପୁଟ ପଚାଂୟତ ଗୋରାସେତୁ ନିକଟରେ ମାଲକାନଗିରି ଏସପି ଶ୍ରୀ ଖିଲାରୀ ଓ ବିଏସଏଫ ଅଧିକାରୀ ମାନେ ନୂତନ ବିଏସଏଫ କ୍ୟାମ୍ପର ଶୁଭ ଦେଇ ତ୍ରୀରଙ୍ଗା ପତାକା ଉଡାଇ ମାଓବାଦୀଙ୍କୁ କଡା ଚ୍ୟାଲେଜଂ ଦେଇଛନ୍ତି । ବିଛିନ୍ନାଚଂଳ ବାସୀଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁନିର୍ମାଣ ହେବାପରେ ତାହା ସ୍ୱାଭିମାନ ଅଚଂଳ ବାବେ ଘୋଷିତ ହୋଇ ସେ ଅଚଂଳର ଉନ୍ନତିପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ତ୍ୱରାନିତ ହେବାକୁ ଲାଗିଛି । ବିଏସଏଫ କ୍ୟାମ୍ପପ୍ରତିଷ୍ଟାକୁ ମାଓବାଦୀ ମାନେ ବିରୋଧ କରିଆସୁଥିବା ବେଳେ ସେଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କାରଯାଇ ତ୍ରୀରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟିକରିଛନ୍ତି ପୁଲିସ ଓ ବିଏସଏଫ ଅଧିକାରୀ ମାନେ । ଆଗରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା,କୁନ୍ତୁରପଦର, ଜାନବାଇ,ଜନ୍ତାପାଇ,ଜୋଡାଆମ୍ବ,ହନ୍ତାଳଗୁଡା ସହିତ ଅନ୍ୟନ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିଲା । ଆଜି ବିଛିନ୍ନାଚଂଳ ର ଗୋରାସେତୁ ଠାରେ ଆଉଏକ ନୂତନ ବିଏସଏଫ କ୍ୟାମ୍ପ ଖୋଲା ଯାଇ ସେଠାରେ ବିଏସଏଫ ଯବାନ ମାନଙ୍କୁ ମୂତୟନ କରାଯାଇଥିବାରୁ ବିଛିନ୍ନାଚଂଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନିତ ହେବାସହିତ ସେଠାରେ ମାଓଦମନକୁ ଯୋରଦାର କରାଯାଇପାରିବ । ବିଛିନ୍ନାଚଂଳ ଟି ମାଓଗଡ ଭାବେ ପରିଚିତ ଥିବାରୁ ସେଠାରେ ମାଓବାଦୀଙ୍କ ଭୟରେ ଉନ୍ନୟନ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା, କିଛି ଗ୍ରାମବାସୀ ଙ୍କୁ ମାଓବାଦୀ ମାନେ ପୁଲିସ ଇନଫରମୋର କହି ହତ୍ୟାକରିବା ସହ ଗ୍ରାମରୁ ବିତାଡିତକରି ସେଠାରେ ରାଜଚଳାଇଥିଲେ । ନୂତନ ବିଏସଏଫ କ୍ୟାମ୍ପ ହେବାଦ୍ୱାରା ମାଓସମସ୍ୟା ଦୁରହେବାସହିତ ବିଛିନ୍ନାଚଂଳରେ ଅପହଚଂ ସରକାରି ଯୋଜନା ଠିକଭାବେ ପହଁଚି ଗ୍ରାମବାସୀ ମାନେ ତାର ସୁଫଳ ପାଇପାରିବେ ବୋଲି ଆଶାପ୍ରକଟ କରିଛନ୍ତି ସ୍ୱାଭିମାନ ଅଚଂଳ ବାସୀ ।