Odiapua.com

ମାଓଗଡରେ ମାଓବାଦୀଙ୍କୁ ଝଟକା,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ,ଜଣେ ମାଓବାଦୀ ମୃତ ଜଣେ ଆହତ

ମାଲକାନଗିରି,୨୬ା୧ (ଓଡିଆ ପୁଅ ) ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ମାଓବାଦୀର ମୃତ୍ୟୁହେବା ସହ ଜଣେ ଆହତ ହୋଇଛନ୍ତି । ଆଜି ମାଲକାନଗିରି ଜିଲ୍ଲାଏସପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ରିଶିକେଶ ଡି ଖିଲାରୀ ସୁଚନା ଦେଇ କହିଛନ୍ତି । ଗତ କାଲିରାତ୍ରରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ପାପରମେଟଲା ଥାନାସ୍ଥ ମାଓଗଡ ଭାବେ ପରିଚିତ ଜନ୍ତୁରାଇ ଗ୍ରାମରେ ପ୍ରାୟ୨୦ରୁ ୨୫ଜଣ ମାଓବାଦୀ ପ୍ରବେଶ କରି ଗ୍ରାମର କିଛି ମୁଖିଆ ଲୋକଙ୍କୁ ଖୋଜିଥିଲେ । ମାଓବାଦୀ ମାନେ କାହିଁକି ସେ ଲୋକମାନଙ୍କୁ ଖୋଜୁଛନ୍ତି ଜାଣିପାରି ଗ୍ରାମର ସମସ୍ତ ଲୋକ ଏକତ୍ରୀତ ହୋଇ ମାଓବାଦୀ ମାନଙ୍କ ନିକଟକୁ ଯାଇଥିଲେ । ମାଓବାଦୀ ମାନେ ଗ୍ରାମବାସୀ ମାନଙ୍କୁ ଧମକ ଦେଇ କହିଥିଲେ ପୁଲିସ କ୍ୟାମ୍ପ,ଜିଲ୍ଲାପ୍ରଶାସନକୁ ବିରୋଧକରି ରାସ୍ତା ଘାଟ କାମବନ୍ଦ କରନ୍ତୁ, ଦୀର୍ଘବର୍ଷଧରି ଆମେ ଜଳବନ୍ଦୀଜୀବନ ବିତାଉଛୁ, ଏବେ ଗୁରୁପ୍ରୀୟା ସେତୁ ହେବାପରେ ସେ ଆଖପାଖ ଅଚଂଳର ଉନ୍ନତି ଘଟିଛି ,ଆପଣମାନଙ୍କ ପାଇଁ ଆମଅଚଂଳରେ କିଛି ଉନ୍ନତି ହୋଇପାରୁନାହିଁ,ଆପଣ ମାନେ ଗାଁ ଛାଡିପଳାନ୍ତୁ କବହିବାରୁ ମାଓବାଦୀ ମାନେ ରାଗିଯାଇ କିଛି ଗ୍ରାମବାସୀଙ୍କୁ ମାଡ ମାରିଥିଲେ ,ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବାରୁ ମାଓବାଦୀ ମାନେ ଗୁଳିଫୁଟାଇ ଗ୍ରାମବାସୀମାନଙ୍କୁ ଧମକଦେବାରୁ ଗ୍ରାମବାସୀ ମାନେ ନିଜର ଆତ୍ମରକ୍ଷା ପାଇଁ ଢେଲାପଥର ମାରିବା ସହିତନିଜ ନିଜ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ମାଓବାଦୀ ମାନଙ୍କୁ ଘଉଡାଇଥିଲେ । କିଛି ସମୟ ଧରି ମାଓବାଦୀ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଗ୍ରାମବାସୀ ମାନଙ୍କୁ ମୁକାବିଲା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲକୁ ଦୌଡି ପଳାଇଥିଲେ । ଧାଁ ଦୌଡ ଢେଲାପଥର ମାଡରେ ଦୁଇଜଣ ମାଓବାଦୀ ଜଙ୍ଗଲରେ ଅଚେତ ହୋଇ ପଡିଯାଇଥିବାରୁ ଗ୍ରାମବାସୀ ମାନେ ପୁଲିସକୁ ଜଣାଇଥିଲେ । ଆଜି ସକାଳେ ପାପରମେଟଲା ଥାନା ପୁଲିସ ଓ ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରୁ ବିଏସଏଫ ଯବାନ ମାନେ ଘଟଣାସ୍ଥଳରେ ପହଁଚି ଖନତଲାସି କରିବାରୁ ଜଙ୍ଗଲ ମଧ୍ୟରୁ ଦୁଇଜଣ ମାଓବାଦୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ।ଆହତ ମାଓବାଦୀ ମାନଙ୍କୁ ପ୍ରଥମେ ଚିତ୍ରକୋଣ୍ଡା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେ ଠାରେ ଜଣେ ମାଓବାଦୀକୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ । ଅନ୍ୟଜଣେ ଆହତ ମାଓବାଦୀଙ୍କୁ ମାଲକାନଗିରି ଜିଲ୍ଲାମୁଖ୍ୟ ହସପିଟାଲକୁ ନିଆଯାଇ ଚିକିତ୍ସାକରାଯାଇଥିଲା । ଆହତ ମୃତ ମାଓବାଦୀଙ୍କ ପରିଚୟ ମିଳି ଯାଇଛି । ମୃତ ମାଓବାଦୀ ଙ୍କ ନାମ ଗଙ୍ଗା ମାଡି(ଆଡମା) ସେ କାଲିମେଳା ବିଛିନ୍ନାଚଂଳ ମାଓବାଦୀ ଦଳମର ମିଲିସିଆ ସଦସ୍ୟ ଥିଲେ, ତାଙ୍କ ମୁଣ୍ଡଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆହତ ମାଓବାଦୀଙ୍କ ନାମ କିରନ ଓରଫ ଜିପ୍ରୋ ତାଙ୍କ ଘର କୋରାପୁଟ ଜିଲ୍ଲାରେ ସେ ଗୁମ୍ମା ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓବାଦୀ ଏରିଆ କମିଟି ମେମ୍ବରଥିଲେ ତାଙ୍କ ମୁଣ୍ଡୁପରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।ମୃତ ମାଓବାଦୀଙ୍କ ଶବବ୍ୟଛେଦ କରାଯାଇଛି, ତାଙ୍କ ପରିବାରଙ୍କୁ ନେବାପାଇଁ ଜଣାଇଦିଆ ଯାଇଛି. ଆହତ ମାଓବାଦୀ ପୁଲିସ ହେପାଜତରେ ଚିକିତ୍ସିତ ହେଉଛନ୍ତି,ଘଟଣାସ୍ଥଳରେ ଓ ଉକ୍ତ ଗ୍ରାମରେ କଡାପୁଲିସ ସୁରକ୍ଷାବ୍ୟବସ୍ଥା ସହ କମ୍ବିଂଅପରେସନ ଚାଲିଛି ।ବୋଲି ଏସପି କହିଛନ୍ତି ।