Odiapua.com

ମାଓଗଡରେ ଅବକାରୀ ବିଭାଗର ଚଢଉ,୧୩କୋଟି ଟଙ୍କାର ବେଆଇନ ଗଜେଂଇ ଚାଷ ପୋଡି

ମାଲକାନଗିରି,୧୧ା ୧ (ଓଡିଆ ପୁଅ ) ଆଜି ସକାଳେ ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ,ଚିତ୍ରକୋଣ୍ଡା ଥାନାପୁଲିସ ର ମିଳିତ ଚଢାଉରେ ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ଥାନାସ୍ଥ ଦାନ୍ତୁନଗୁଡା, ପାଣ୍ଡିଆଗୁଡା,ପଡାପଦର ଗ୍ରାମ ଜଙ୍ଗଲରେ ୮୮ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଜାଂଇଗଛ କାଟି ପୋଡି ନଷ୍ଟକରଦିଆ ଯାଇଛିି । ଏହାର ସରକାରି ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି ମାଲାକନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟ,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ଅଧିକ୍ଷକ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରି ବିଭାଗ କର୍ମଚାରୀ ଓ ଚିତ୍ରକୋଣ୍ଡା ଥାନା ପୁଲିସ କର୍ମଚାରି ମାନେ ମାଓପ୍ରବଣ ଦାନ୍ତୁନଗୁଡା, ପାଣ୍ଡିଆଗୁଡା,ପଡାପଦର ଗ୍ରାମ ଜଙ୍ଗଲରେ ୮୮ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଜମିରୁ ୧୩୨୦୦୦ ଟି ଗଜେଂଇ କଲି ଫଳିଥିବା ବଡ ବଡ ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୧୩କୋଟି ଟଙ୍କାର ହେବ ବୋଲି ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲାରେ ଗତ କିଛି ବର୍ଷହେଲା ଗଜେଂଇଚାଷର ଭୁସ୍ୱର୍ଗ ପାଲଟିଥିବା ବେଳେ ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉକରାଯାଇ ଦୁର୍ଗମ ମାଓପ୍ରବଣ ଅଚଂଳରୁ ଗଜେଂଇଗଛ ଗୁଡିକୁ କାଟି ପୋଡି ଦିଆଯାଉଥିବାରୁ କିଛି ମାତ୍ରାରେ ଗଜେଂଇ ଚାଷ କମିବାକୁ ଲାଗିଲାଣି । ଜିଲ୍ଲାରେ ଚାଲିଥିବା ବେଆଇନ ଗଜାଂଇ ଚାଷ ଉପରେ ଚଢଉ ହୋଇ ସେଗୁଡିକୁ କାଟି ପୋଡି ନଷ୍ଟକରିଦିଆ ଯାଉଛ,ଆଗିମି ଦିନରେ ଏହି ଚଢଉ ଜାରି ରହିବ ବୋଲି ଅବକାରି ବିଭାଗ ଅଧିକ୍ଷକ ଶ୍ରୀ ସେଠ କହିଛନ୍ତି ।