ମାଲକାନଗିରି,୩୦ା୩ (ଓଡିଆ ପୁଅ ) ଆନ୍ଦ୍ର,ଓଡିଶା, ଛତିଶଗଡ,ତେଲାଙ୍ଗାନ ଚାରିରାଜ୍ୟ ସୀମାନ୍ତ ରେ ଥିବା ମାଲକାନଗିରି ଜିଲ୍ଲାରେ ଗତ ଚାରିଦିନହେଲା କୋଭିଡ କଟକଣା ମଧ୍ୟରେ ଧୂମ ଧାମରେ ପାଳିତ ହୋଇ ଯାଇଛି ବଡଯାତ୍ରା । କେଉଁ ଆବାହନ କାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନାମରାଜ,ବାଲରାଜ,ପୋତରାଜ ଓ ମା ମୁତ୍ୟାଲୁମା ମାଲକାନଗିରି ମାଉଲି ମା ମନ୍ଦିର ଠାରେ ମଙ୍ଗଳବାର ରାତ୍ରରେ ଶେଷ ଆର୍ନଭୋଗ ପାଇଛନ୍ତି । ମଙ୍ଗଳବାର ଦିନ ତମାମ ପୀଠରେ କାଳସୀ ନୃତ୍ୟ ସାଙ୍ଗକୁ ଲାଠିଧାରି ଦିଶାରୀ ପୁଜାରୀ ଗୁଣିଆଙ୍କ ନାଟ ଓ ଖଇରାପାଲି ରୁ ଆସିଥିବା ବଡଯାତ୍ରାର ମୁଖ୍ୟ ହନୁମାଙ୍କଡ ଚମଡାରେ ନିର୍ମିତ ରୁଜୁଂ ବାଇଦ (ଦୁନ୍ଦରୀ ବାଇଦ) ଭକ୍ତ ଓ ଦର୍ଶକମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ଥିଲା । ଅନେକ ମାନଶିକ ଧାରୀ କାଳସୀ ମାନେ ନିଜ ନିଜ ଗାଲରେ ଲୁହା ତ୍ରୀଶୂଳ ଓ ଲୁହା କଟାଂ ଫୁଟାଇ ନାଟ କରିବାସହିତ ଲୁହାକଟାଂ କଠଉରେ ଚାଲିଥିଲେ ଆଉ କେତଜଣ ନିଜ ଦେହକୁ ଲୁହାକଟାଂ ଚାବୁକରେ ପିଟି ରକ୍ତାରକ୍ତ କରିଦେଇଥିଲେ । ଏହି ଚାରି ଦିନ ଯାକ ଭକ୍ତ ବଡଯାତ୍ରା ଠାକୁରଙ୍କୁ ଦର୍ଶନକରି ପୂଜାକରିଥିଲେ । ଏହି ଠାକୁଙ୍କ ମହିମା ଅପାର,ସୁଦୂର ୮୦ କିଲୋମିଟର ରାସ୍ତାପାଦରେ ଚାଲି ଚାଲି ଭକ୍ତମାନେ ଠାକୁରଙ୍କ ବିମାନକୁ କାନ୍ଧେଇ ମାନ୍ୟମକୋଣ୍ଡା ପୋଲରେୁ ପୀଠରୁ ଆସୁଥିବା ବେଳେ ବିଭିନ୍ନ ପିଠରୁ ଲାଠି ସହିତ ଠାକରଙ୍କ ପାରା ଆସି ଥାନ୍ତି । ଶହ ଶହ ସଂଖ୍ୟାରେ ପାରାଗୁଡିକ ଠାକୁରଙ୍କ ବିମାନଉପରେ ନିରବ ହୋଇ ବସି ରହିଥାନ୍ତି । ଯେତେ ବାଜା ରୋଷଣୀ ଢୋଲ, ଆତଶବାଜି ଶଦ୍ଧହେଲେ ମଧ୍ୟ କୌଣସି ପାରା ବିମାନ ଛାଡି ଯାଇ ନଥାନ୍ତି । କରୋନା କଟକଣା ସହ ନାଇଟ କର୍ଫ୍ୟୁ ଜାରି ପାଇଁ ଚଳିତ ବର୍ଷ ବାଣିଜ୍ୟ ମେଳା,ମୀନାବଜାର,ରାମଦୋଳି, ସର୍କସ କୁ ବଡ ଯାତ୍ରା ରେ ବାରଣ କରାଯାଇଥବାରୁ ଭକ୍ତ ଓ ଦର୍ଶକ ମାନଙ୍କ ସଂଖ୍ୟା କମିଯାଇଛି । କେବଳ ଶ୍ରଦ୍ଧାଳୁ ଭକ୍ତମାନେ କରୋନା କଟକଣା ମାନି ମାସ୍କ ପରିଧାନସହିତ ସାମାଜିକ ଦୂରତା ଅବଲମ୍ବନକରି ସ୍ୱତନ୍ତ୍ର ଭାବେ ନିର୍ମିତ ବାରିକେଟ ମଧ୍ୟରେ ଧାଡିରେ ଯାଇ ଠାକୁରଙ୍କ ଦର୍ଶନ କରିଛନ୍ତି । ,ମାନବଅଧିକାର କର୍ମି ସଂସ୍ଥା,ମାରୁଓ୍ୟାର୍ଡି ସଂସ୍ଥା,ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ,ଟାଉନକ୍ଲବ, ଗାନ୍ଧୀ କ୍ଲବ ଅନ୍ୟାନ ସଂସ୍ଥା ପକ୍ଷରୁ ମଧ୍ୟ ଭକ୍ତ ଙ୍କ ପାଇଁ ଦହିପଣା,ଲେମ୍ବୁପାଣିର ବ୍ୟବସ୍ଥା ହୋଇଥିଲା । ଭକ୍ତମାନଙ୍କ ଭିଡ ଲାଗିଥିବାରୁ ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ କଡାସୁକ୍ଷା ବ୍ୟବସ୍ଥାର ଆୟୋଜନ କରା ଯାଇଥିଲା । ତହସିଲଦାର ଡ.ଗୁଣନିଧି ନାୟକ, ଏସଡିପିଏ ଅଂଶୁମାନ ଦ୍ୱିବେଦୀ, ମାଲକାନଗରି ଆଦର୍ଶଥାନା ଅଧିକାରୀ ରାମପ୍ରସାଦ ନାଗ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ସହିତ ଭକ୍ତ ମାନଙ୍କୁ କୋଭିଡ ନିୟମ ପାଳନ ସହିତ ଠାକୁରଙ୍କ ଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ କୋରନା ମହାମାରି ପାଇଁ ଆନ୍ଦ୍ର, ତେଲାଙ୍ଗାନା, ଛତିଶଗଡ ରାଜ୍ୟରୁ ଭକ୍ତମାନଙ୍କୁ ବାରଣ କରାଯାଇଥିବାରୁ ସ୍ୱଳ୍ପ ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ଥିଲେ । ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରା ଯାଇଥିଲା । ରବିବାର ରାତ୍ରରେ ବଡ ଯାତ୍ରା ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ ମାଣ୍ଡିଆଭଟା ମଣ୍ଡପ ନିକଟରୁ ମା ମାଉଲି ମା ମନ୍ଦିର ପିଠକୁ ନିଆଯାଇଥିଲା । ସେଠାରେ ସୋମବାର,ମଙ୍ଗଳବାର ରହଣିପରେ ବୁଧବାର ପାହାନ୍ତିଆ ରେ ବଡ ଯାତ୍ରାର ବଡ ଠାକୁରଙ୍କୁ ପୁଣି ତାଙ୍କ ଜନ୍ମପୀଠ ମାନ୍ୟମକୋଣ୍ଡାକୁ ବିଦାୟ ନେବେ । ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ସୁସଜିତ ବିମାନରେ ପୁଜାରୀ ମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ଭକ୍ତମାନେ ପାରମ୍ପାରିକ କାଳସି ନାଟ କରିଥିଲେ ,ବିଭିନ୍ନ ଅଚଂଳରୁ ଭକ୍ତମାନେ ଆସି ଠାକୁର ଦର୍ଶନ କରିଥିଲେ । ମାନଶିକ ଧାରୀ ଭକ୍ତ ମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବାସହ ବାଲ୍ୟ ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେସ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ବଡ ଯାତ୍ରା ପ୍ରତି ଦୁଇବର୍ଷର ଥରେ ଦୋଳପୁଣ୍ଣିମାରେ ହୋଇଥାଏ, ବଡ ଯାତ୍ରା ସମୟରେ ମାଲକାନଗିରି ସହରବାସୀ ହୁଲି ରଙ୍ଗ ନ ଖେଳି ଠାକୁରଙ୍କ ନିକଟରେ ଭୋଗ ଲଗାଇ ନିଜ ନିଜ ମାନସିକ ପୁରଣ ପାଇଁ ପୁଜାପାଠ କରିଥାନ୍ତି । ଏହି ଯାତ୍ରା ର ଶେଷ ଅର୍ନଭୋଗ ବଡଯାତ୍ରା ଠାକୁର ଙ୍କୁ ମଙ୍ଗଳବାର ମଧ୍ୟରାତ୍ରରେ ଦିଆ ଗଲାପରେ ବୁଧବାର ବଡିଭୋରୁ ଠାକୁର ନିଜଜନ୍ମ ପିଠସ୍ଥାନ ମାନ୍ୟମକୋଣ୍ଡା କୁ ପ୍ରତ୍ୟାବର୍ତନ କରିଥାନ୍ତି । ଚଳିତ ବର୍ଷ କରୋନା ମାହାମାରି ପାଇଁ ବଡଯାତ୍ରା ଫିକାପଡି ଯାଇଛି, ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ମୀନାବଜାର ଆଦି ଯାନୀ ଯାତ୍ରାକୁ ଆକଟ କରାଯାଇ କୋଭିଡ ନିୟମ ପାଳନର କଟକଣା ମଧ୍ୟରେ ଜିଲ୍ଲାପ୍ରଶାସନ ଓ ବଡ ଯାତ୍ରା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ବଡ ଯାତ୍ରା ପାଳିତ ହୋଇ ଯାଇଛି ।