Odiapua.com

ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟରରେ ‘ମୋ ଖତ ବିତରଣ’ ରଥକୁ ଉଦ୍‌ଘାଟନ କଲେ ବିଧାୟକ ସଂଜୀବ ମଲ୍ଲିକ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏବେ ଆମେ ସମସ୍ତ କୃଷି କ୍ଷେତ୍ରରେ ବିଭିନ୍ନ ରାସାୟନିକ ବିଷ ପ୍ରୟୋଗ କରି ମାଟିକୁ ଉର୍ବର କରିବା ପରିବର୍ତ୍ତେ ନଷ୍ଟ କରି ଚାଲିଛୁ । ଯାହାଫଳରେ ପୂର୍ବରୁ ଖତ ସାରରେ ଯେଉଁ ଉର୍ବର ମାଟିରେ ସୁନା ଫଳୁଥିଲା, ତାହା ଏବେ ଅଧିକ ଆମଦାନୀ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କରିଚାଲିଛି । ଯାହାର ପ୍ରଭାବରେ ଏ ମଣିଷ ଜାତି ଅଳ୍ପାୟୁ ହୋଇ ବିଭିନ୍ନ ରୋଗଗ୍ରସ୍ତ ହୋଇ ଅଳ୍ପାୟୁ ହେଉଛି । ଏଣୁ ଏ ଦିଗରେ ଜୈବିକ କମ୍ପୋଷ୍ଟ ଖତ ଏକମାତ୍ର ମହୋଷୌଧି ବୋଲି ଭଦ୍ରକ ପୌରପାଳିକା ପକ୍ଷରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ‘ମୋ ଖତ ବିତରଣ’ ଜନସଚେତନତା ରଥକୁ ଉଦ୍‌ଘାଟନ କରି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ସୂଚନା ଦେଇଛନ୍ତି । ଆଜି ଭଦ୍ରକ ପୌରପାଳିକା ଅଧୀନସ୍ଥ ୧ ନଂ ୱାର୍ଡର ବିଦାଙ୍ଗ ଗ୍ରାମରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଜୈବିକ ଖତର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଧାୟକ ଶ୍ରୀ ମଲ୍ଲିକ ଉପରୋକ୍ତ ସୂଚନା ଦେବା ସହ ସମସ୍ତେ ଏହି ଖତକୁ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମରି ନାୟକ ଓ ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।