Odiapua.com

ମାଇଁ ଏନସିସି ଆଲୁମିନି ଆସୋସିଏସନର ରଜମଉଜ

କେନ୍ଦ୍ରାପଡ଼ା, ୧୬ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ରଜମଉଜ ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳରେ ଓଡିଶାର ଗଣପର୍ବ ‘ରଜ’ ଏବେ ବିଲୁପ୍ତ ହେବାକୁ ଯାଉଛି। ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଦଯିବିତ କରି ରଖାଯିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଏହାର ମୁଖ୍ୟ ଲକ୍ଷ୍ୟ। କେନ୍ଦ୍ରାପଡା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଜ୍ଞାନେନ୍ଦ୍ର ଦାଶ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ପ୍ରାକ୍ତନ ଅଧ୍ୟାପକ କୈଳାସ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସହର ଏବଂ ସହର ଆଖପାଖ ଅଞ୍ଚଳର ବହୁ ଯୁବକ ଓ ଯୁବତୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ରଜଦୋଳି, ରଜପାନ, ପୁଚିଖେଳ, ତାସଖେଳ, କ୍ୟାରାମଖେଳ, ମ୍ୟୁଜିକଚେୟାର, ସଂଗୀତ, ନୃତ୍ୟ, ହୁଳହୁଳି ପ୍ରତିଯୋଗିତାମାନ ଆୟୋଜନ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ କଲେଜ ଏନସିସି ବାଳିକା ବିଭାଗର ଛାତ୍ରୀମାନେ ଏବଂ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଆଗାମୀ ଦିନରେ କିଭଳି ଏହି କାର୍ଯ୍ୟକ୍ରମକୁ ଆହୁରି ସରସ ଓ ସୁନ୍ଦର କରାଯିବା ସହ ବଡ ଆକାରରେ ଆୟୋଜନ କରାଯିବାକୁ ଆସୋସିଏସନ ଲକ୍ଷ୍ୟ ରଖିଥିବା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କହିଛନ୍ତି।