Odiapua.com

ମାଇଁଷ୍ଟାର୍ଟଅପଯାତ୍ରା ର ଦ୍ବିତୀୟ ପର୍ଯ୍ୟାୟ ସମାରୋହ, ଯୁବଗୋଷ୍ଟି ଙ୍କୁ ନେଇ କଫିବ୍ରେକ୍ ସଟରଡେ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୧୧ (ଓଡିଆ ପୁଅ ) ବିଭିନ୍ନ ଦେଶ ଓ ପ୍ରଦେଶ ର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅତ୍ୟାଧୁନିକ ଶୈଳୀରେ ମାଇଁଷ୍ଟାର୍ଟଅପଯାତ୍ରା ଦ୍ୱାରା କଫିବ୍ରେକ ସଟରଡେ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ପହଁଚିଛି । ଭୁବନେଶ୍ୱର ଠାରେ ଥିବା ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଚ  ସଭାଗୃହ ଠାରେ ଆୟୋଜିତ  ସମାରୋହରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଆର୍ଥିକ ସେବା ଡେପୁଟିକମିଶନର ଶ୍ରୀ କୁନୁ ପାଢୀ, ମୁଖ୍ୟବକ୍ତା ଭାବେ ୟୁ.ଏସ.ଏ. ଡେଲଓ୍ବାର ର ଜେନେକ୍ସଟ୍ ଟେକ୍ନୋଲୋଜି ସି.ଇ.ଓ. ଡଃ ସୌମ୍ୟରଜଂନ ପଟନାୟକ, ଶ୍ରୀଶ୍ରୀ ୟୁନିଭର୍ସିଟି କୃଷିବ୍ୟାପାର ପରାମର୍ଶଦାତା ଶ୍ରୀ ବରଦା ପ୍ରସାଦ ପାଣିଗ୍ରାହୀ,ରେଡ ଟ୍ୟୁବ ସର୍ଭିସେସ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଆଲୋକ ପଣ୍ଡା ପ୍ରମୁଖ  ଦେଶ ବିଦେଶର ଓଡିଆ ଉଦ୍ୟୋଗି ମାନେ ଯୋଗଦେଇଥିଲେ । କଫି ବ୍ରେକ ସଟରଡେ କଣ ଓ ଏହା ଦ୍ୱାରା ଆଗାମୀ ଯୁବପିଡିଙ୍କ ପାଇଁ କି କି କାର୍ଯ୍ୟକ୍ରମ ହୋଇପାରିବ ସେ ସଂପର୍କରେ କହିବା ସହ ଓଡିଶାର ଯୁବପିଢି ମାନେ ପୁରୁଣା ପରମ୍ପରାକୁ ଫେରିଯାଇ ସାଧବପୁଅ ସାଜି ଓଡିଶାର ବାଣିଜ୍ୟ ବ୍ୟବସ୍ଥା କୁ ଉନ୍ନତ ପାହ୍ୟାରେ କରିବା, କୃଷି କୁ ଅତ୍ୟାଧୁନିକ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଅଧିକ ଅମଳକ୍ଷମ ଫସଲ କିପରି ହେବ, ଜିଏସଟି କଣ ଏହାଦ୍ୱାରା ବାଣିଜ୍ୟ ବ୍ୟବସାୟ କିପରି ହେବ, ବ୍ୟବସାୟୀ ଓ ଗ୍ରାହକମାନେ ଠକାମିର ଶିକାର ନହୋଇ କିପରି ଉପକୃତ ହେବେ ସେ ସଂପର୍କରେ ମଚାଂଶିନ ଅତିଥି ମାନେ ସୁଚନା ଦେଇଥିଲେ । ରାଜ୍ୟ ଓ ଦେଶ ବିଦେଶର ଶିକ୍ଷିତ ଯୁବଗୋଷ୍ଟି ଙ୍କୁ ନେଇ ମାଇଁ ଷ୍ଟାର୍ଟଅପଯାତ୍ରା ର ପ୍ରତିଷ୍ଟାତା ପ୍ରୀୟଦର୍ଶୀ ଷଡଙ୍ଗୀ,ଉପଦେଷ୍ଟା ଚନ୍ଦନ କୁମାର ସଡଙ୍ଗୀ ଓ ସଂଯୋଜକ ଅମିୟପ୍ରଭା ଦାସ ଙ୍କ ଉଦ୍ୟମରେ ସଫଳତାର ସହ ଏହି କଫି ବ୍ରେକ ସଟର ଡେ ଦ୍ୱିତୀୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟତ ହୋଇଯାଇଛି । ଆଶୀର୍ବାଦ ପ୍ରତିକାନନ୍ଦ, ଶ୍ରୀମନ୍ତ ସାହୁ,ଶୁଭଶ୍ରୀ କର ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ମାଇଁଷ୍ଟାର୍ଟଅପଯାତ୍ରା ଏକ ଭିନ୍ନ କାର୍ଯ୍ୟକ୍ରମ ଯେଉଁ ଥିରେ ଦେଶ ବିଦେଶର ମାନ୍ୟଗନ୍ୟ ଉଦ୍ୟୋଗି ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ ।ଏହି କାର୍ଯ୍ୟକ୍ରମରେ ସେମାନେ ନିଜ ନିଜ ପ୍ରାରମ୍ଭିକ ଓ ପ୍ରାଥମିକ ସଂଘର୍ଷ ଏବଂ ପରବର୍ତି ସଫଳତା ବିଷୟରେ କହିଥାନ୍ତି,ଯୁବଗୋଷ୍ଟି ମାନଙ୍କର ଷ୍ଟାର୍ଟଅପ୍ ବିଚାରଧାରାକୁ ଗୋଟିଏ  ମଚଂରେ ଉପସ୍ଥାପନା କରିବାର ପ୍ରୟାସ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥାଏ ,