Odiapua.com

ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିବର୍ଷ ଭଳି ଗୁରୁବାରଠାରୁ ଆରମ୍ଭ ହୋଇଛି ନୂଆବଜାରସ୍ଥିତ ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ କାର୍ଯ୍ୟକ୍ରମ। ଘଟ ଉତ୍ତୋଳନ ସହ ସକାଳ ୬ଟାରେ ଯଜ୍ଞକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।ଏହି ଯଜ୍ଞରେ ଅନ୍ୟାନ୍ୟ ଦେବାଦେବୀଙ୍କ ସହ ମାଆ ଚଣ୍ଡିଙ୍କ ଉଦ୍ଦେଶ୍ୟରେ ଆହୁତି ପ୍ରଦାନ କରାଯାଉଛି। ବେଦଜ୍ଞ ପଣ୍ଡିତଙ୍କ ବେଦମନ୍ତ୍ର ଓ ଆହୁତି ପ୍ରଦାନରେ ନୂଆବଜାର ଅଞ୍ଚଳ ପବିତ୍ରମୟ ହୋଇ ଉଠିଛି। ଏହି ଯଜ୍ଞ ମଧ୍ୟରାତ୍ରିରେ ପୂର୍ଣ୍ଣାହୁତି ହେବ। ଶୁକ୍ରବାର ଦିନ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ବେଳେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେବା ପାଇଁ ଯଜ୍ଞ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି।