Odiapua.com

ମହୋଦଧି ମାର୍କେଟ ମାଟିରେ ମିଶିଲା

ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମଙ୍ଗଶବାରଦିନ ସକାଳୁ ମୋଚିସାହିରେ ଥିବା ମହୋଦଧି ମାର୍କେଟକୁ ପ୍ରଶାସନ ପକ୍ଷରୁ ବୁଲଡ଼ୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଏହି ମାର୍କେଟକୁ ଜିଲାପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଘୋଷଣା କରି ଦୋକାନଗୁଡ଼ିକୁ ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା। ଏହା ଏକ ପୁରାତନ ମାର୍କେଟ ଭାବେ ସହରରେ ପରିଚିତ। ଏହି ମାର୍କେଟ ପରିସରରେ ଥିବା ଶତାଧିକ ଦୋକନ ଗୁଡ଼ିକୁ ଆଜି ଭାଙ୍ଗି ମାଟିରେ ମିଶାଇଦିଆଯାଇଛି। ଏଠାରେ ଏକ ଅତ୍ୟାଧୁନିକ ମାର୍କେଟ ଗୃହ ନିର୍ମାଣ କରି ଦୋକାନିମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟରେ ୪ଟି ବୁଲଡ଼ୋଜର ଲଗାଯାଇଥିଲା। ଏହା ପୂର୍ବରୁ ଦଇତାପଡ଼ା ସାହି ମ୍ୟୁନିସିପାଲଟି ମାର୍କେଟ ଗୃହକୁ ଭାଙ୍ଗି ମାଟିରେ ମିଶାଇଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଚ୍ଛେଦ ସ୍ଥଳରେ ପୁଲିସ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।