ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ନଳାଙ୍ଗ ନିକଟସ୍ଥ ବିରପଡା ଠାରେ ବାବା ବିରେଶ୍ୱର ମହୋତ୍ସବ ଗତକାଲି ବୁଧବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି । ଶିକ୍ଷକ ଗଗନ ବାରିକ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ମୁଖ୍ୟ ବକ୍ତା ଭାବେ ଶିକ୍ଷୟତ୍ରୀ ମନୋରମା ରାୟ, ବରେଣ୍ୟ ଅତିଥି ଭାବେ କବୟତ୍ରୀ ସଂଯୁକ୍ତା ବଳ ନାୟକ, ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ମୁକୁନ୍ଦ ବେହେରା ଓ ଡାକ୍ତର ଦେବରାଜ ପାତ୍ର ଯୋଗଦେଇଥିଲେ । ମହୋତ୍ସବ ମାଧ୍ୟମରେ ଗ୍ରାମ ଗ୍ରାମ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥାଏ ଓ ଗ୍ରାମର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ବିକଶିତ ହୋଇଥାଏ । ଛଅ ଦିନ ବ୍ୟାପୀ ଚାଲୁଥିବା ଏହି ବାବା ବୀରେଶ୍ୱରଙ୍କ ପ୍ରତିଷ୍ଠା ଉତ୍ସବରେ ବୀରେଶ୍ୱର ମହୋତ୍ସବ ଅନୁଷ୍ଠିତ ହେବା ସହିତ ପ୍ରତିଦିନ ସନ୍ଧ୍ୟା ରେ ଭଜନ ସନ୍ଧ୍ୟା ଓ କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କରା ଯାଇଥିଲା । କମିଟିର ସଭାପତି ନିତ୍ୟାନନ୍ଦ ଜେନା ଅତିଥି ପରିଚୟ ପ୍ରଦାନ , ଚନ୍ଦ୍ରକାନ୍ତ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭ୍ୟା ନିରୁପମା ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା କ୍ଷ ଏହି ମହୋତ୍ସବ ୬ ଦିନ ଧରି ଚାଲୁଥିଲା ।