Odiapua.com

“ମହୋତ୍ସବ ଓ ମେଳା , ମୈତ୍ରୀ ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦିଏ’, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟା

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମହୋତ୍ସବ ଓ ମେଳା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗାଥା ଗାଏ ଓ ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦିଏ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହୋତ୍ସବର ଦ୍ୱାଦଶ ତଥା ଉଦଯାପନୀ ସଂନ୍ଧ୍ୟାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅବସର ପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସାହିତ୍ୟିକ ହରମୋହନ କୁଅଁର, ଅବନ୍ତିକା ଗ୍ରୁପ ଅଫ୍ ଇନଷ୍ଟିଚ୍‌ଯୁସନ ର ଅଧ୍ୟକ୍ଷ ଇଂ. ଅମିତ୍ ମଲ୍ଲିକ, ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର,ସାହିତ୍ୟିକ ବାବୁଲାଲ ଦାସ, ଇଂ.ମୃତ୍ୟୁଞ୍ଜୟ ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ପ୍ରମୁଖ ବରେଣ୍ୟ ଅତିଥି ଏବଂ ଅଧ୍ୟାପିକା ସ୍ୱପ୍ନବାସବଦତା ସୂତାର ସମ୍ମାନନୀୟା ବକ୍ତା ଭାବେ ଯୋଗଦେଇଥିଲେ । ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ ଅତିଥି ପରିଚୟ, ସୁଶ୍ରୀ ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ, ଶିକ୍ଷୟିତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ କବୀ ତଥ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ଙ୍କ ରଚିତ କବିତା ସଙ୍କଳନ’ ଅମୃତ ଧାରା’କୁ ମୁଖ୍ୟ ଅତିଥି ଲୋକାର୍ପିତ କରିଥିଲେ। ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁଙ୍କୁ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା -୨୦୨୪ ସମ୍ମାନ, ସାହିତ୍ୟିକ ହରମୋହନ କୁଅଁର , ସଂଗଠକ ବାବୁଲାଲ ଦାସ ଓ ସମାଜସେବୀ ବଳରାମ ପାଢ଼ୀଙ୍କୁ ସଂଗ୍ରାମୀ କମଳା ପ୍ରସାଦ କର ସ୍ମୃତି ସମ୍ମାନ ଏବଂ କବୀ ଓ ଗାଳ୍ପିକା ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କୁ ରେଣୁବାଳା ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗଠିକା ଅଞ୍ଜନା ମିଶ୍ର କବୀ ସଂଯୁକ୍ତା ବଳ ଓ ଶିକ୍ଷୟିତ୍ରୀ ସରୋଜିନୀ ସାହୁ, କବି ଦମୟନ୍ତୀ ରାଉତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଦ୍ୱାଦଶ ଦିବସ ବ୍ୟାପୀ ଏହି ମହୋତ୍ସବ ଓ ପୁସ୍ତକ ମେଳାରେ ମନ୍ଦିରା: ଏ ସ୍କୁଲ ଅଫ୍ ଓଡିଶୀ ଡ୍ୟାନ୍ସ, ଦର୍ଶନ ଡ୍ୟାନ୍ସ ଏକାଡେମୀ, ଉତ୍ସବ ଇନଷ୍ଟିଚ୍‌ଯୁଟ ଅଫ୍ କ୍ରିଏଟିଭ ଆର୍ଟସ,ସାଇ ନୃତ୍ୟ କଳା ଏକାଡେମୀ,ରକ୍ ଡ୍ୟାନ୍ସ ସ୍କୁଲ, ଭଦ୍ରକ କଲଚରାଲ ଏକାଡେମୀ,ଲଳିତ କଳା ଏକାଡେମୀ, ମୟୂର ଡ୍ୟାନ୍ସ ଗ୍ରୁପ, ଏମ୍ ଏମ୍ ଡ୍ୟାନ୍ସ ଗ୍ରୁପର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଉଦଯାପନୀ ସଂନ୍ଧ୍ୟାର ପୂର୍ବଦିନ ଏକାଦଶ ସଂନ୍ଧ୍ୟାରେ ‘ଆମ ସ୍ୱାସ୍ଥ୍ୟ ଆମ ସମ୍ପଦ, ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆସରରେ ଡା?. ଅନିଲ କୁମାର ଦାଶ ପୌରୋହିତ୍ୟ କରିଥିଲେ ଏବଂ ଡ଼ା ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି, ଡ଼ା. ଅଜୟ କୁମାର ପଣ୍ଡା ମୁଖ୍ୟ ବକ୍ତା, ଡ଼ା. କୈବଲ୍ୟ ଧ୍ରୁପତି,ଡା . ପୁରୁଷୋତମ ନାୟକ,କବୀ ଦମୟନ୍ତୀ ରାଉତ ଓ ସଂଗଠିକା ସୁପ୍ରଭା ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।