Odiapua.com

ମହୁମାଛି ଆକ୍ରମଣ କରିବା ଦ୍ୱାରା ଵୃଦ୍ଧ ଗୁରୁତର

ନବରଙ୍ଗପୁର ୧-୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଶିରିସୀ ପଂଚାୟତ ପାଲପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗତକାଲି ସନ୍ଧ୍ୟା ୫ ଘଂଟିକା ସମୟରେ ମହୁମାଛି ଆକ୍ରମଣ କରିବା ଦ୍ୱାରା ଗୁରୁତର ହୋଇପଡ଼ିଥିଲେ। କୌଣସି ପ୍ରକାରେ ବ୍ୟକ୍ତି ଜଣକ ମହୁମାଛି କବଳରୁ ଖସିଆସି ଘରଲୋକଙ୍କୁ ଜଣାଇବା ପରେ, ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଜଣାଇବା ପରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଚିକିତ୍ସା କରାଇଛନ୍ତି। ଖବର ଲେଖା ହେବା ସମୟରେ ବ୍ୟକ୍ତି ଜଣଙ୍କ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡ଼କ୍ଟର କହିଛନ୍ତି।ସୂଚନା ପ୍ରକାରେ ପାଲପୁର ଗ୍ରାମର ଭୁବନେଶ୍ୱର ଅମାନାତ୍ୟ ୫୦ବର୍ଷ ଗୋରୁ ଚରାଇବାକୁ ପାଖ ଜଙ୍ଗଲ କୁ ଯାଇଥିଲେ।ଗୋରୁ ଚରାଇ ଘରକୁ ଫେରୁଥିବା ସମୟରେ ଭୁବନେଶ୍ୱର ଙ୍କୁ ଜଙ୍ଗଲୀ ମହୁମାଛି ଆକ୍ରମଣ କରିଥିଲେ। ତାଙ୍କ ମୁହଁ, ହାତ ଏବଂ ଗୋଡ଼ ରେ ମହୁମାଛି ଆକ୍ରମଣ କରିଥିଲେ। କୌଣସି ପ୍ରକାରେ ଭୁବନେଶ୍ୱର ସେଇଠୁ ଖସି ଆସି ଘର ଲୋକଙ୍କୁ ଜଣାଇଥିଲେ। ଏହାଦେଖି ଘରଲୋକ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଥିଲେ, ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ପାଲପୁର ଗ୍ରାମକୁ ଯାଇ ଭୁବନେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଜଇନ କରିଥିଲେ। ତୁରନ୍ତ ତାଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦରେ ଉତ୍ତମ ଚିକିତ୍ସା ଦେଇ ତାଙ୍କ ସ୍ୱାସ୍ଥ୍ୟ କୁ ଡ଼କ୍ଟର ସ୍ଥିର କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଡ଼କ୍ଟର କହିଛନ୍ତି।