ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଂଚୟତ ହାଟଡିହି ଗ୍ରାମର ହାଇଲେବୁଲ କେନାଲ ରାସ୍ତାରେ ମହୁମାଛି ଆକ୍ରମଣରେ ଜଣେ ପଥଚାରୀଙ୍କ ସମେତ ଛାତ୍ରୀମାନେ ଆହତ ହୋଇଥିବା ଜଣାଯାଇଛି । ଗ୍ରାମର ଠାକୁରାଣୀ ନିକଟ ଗନ୍ଧରେ ହୋଇଥିବା ମହୁଫେଣାରୁ ମାଛିମାନେ ଉଡି ବିଦ୍ୟାଳୟକୁ ଯାଉଥିବା ଛାତ୍ରୀ ଓ ଚାଷୀଙ୍କୁ ବୁଧବାର ୧୦ଟା ବେଳେ ଆକ୍ରମଣ କରିଥିଲା । ଏହି ଘଟଣାରେ ୩ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି।