Odiapua.com

ମହିଳା ହିଂସା ବିରୋଧି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ଓଡ଼ିଶା ସରକାର ଓ ଫେଲୋସିପ୍ ସଂସ୍ଥାର ୱାନ୍ ଷ୍ଟପ ସେଂଟର ମିଳିତ ଆନୁକୂଲ୍ୟରେ ମହିଳା ହିଂସା ବିରୋଧ ଅଭିଯାନର ଚତୁର୍ଥ ଦିବସରେ କାଦବରାଙ୍ଗ ଜି.ପି.ଏଲ୍‌.ଏଫ୍‌. ସଭାଗୃହରେ ବାବା ଧବଳେଶ୍ୱର ପଂଚାୟତ ମହିଳା ମହାସଂଘର ସଭାପତି, ସମ୍ପାଦକ,ସଦସ୍ୟ ଓ ସି.ଆର.ପି.ମାନଙ୍କୁ ନେଇ ମହିଳା ହିଂସା ବିରୋଧି ସଚେତନତା କାର୍ଯ୍ୟକ୍ରମ ଫଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସମାଜମଙ୍ଗଳ ଅଧିକାରିଣୀ ପୁଷ୍ପଲତା ବେହେରା, ସମ୍ମାନିତ ଅତିଥିଭାବେ ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁ ପ୍ରମୁଖ ଯୋଗଦେଇ ପାରିବାରିକ ହିଂସା ୨୦୦୫ ଉପରେ ଆଲୋଚନା କରିବା ସଂଗେ ସଂଗେ ମହିଳାମାନେ ଶାରୀରିକ ହିଂସା, ମାନସିକ ହିଂସା, ଆର୍ଥିକ ହିଂସା, ଯୌନଗତ ହିଂସାରୁ କିପରି ରକ୍ଷା ପାଇପାରିବେ ଏବଂ କେଉଁଠି ଓ କିପରି ଭାବରେ ଅଭିଯୋଗ ଦାଖଲ କରିପାରିବେ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଖି ୱାନ୍‌ଷ୍ଟପ୍ ସେଂଟର କେନ୍ଦ୍ର ସଂଯୋଜିକା ପୁଷ୍ପାଞ୍ଜଳି ବେହେରା ଓ କେସ୍ ୱାର୍କର ଜୟଶ୍ରୀ ନାୟକ ପରିଚାଳନା କରିଥିଲେ । ଶେଷରେ କେନ୍ଦ୍ର ସଂଯୋଜିକ ଧନ୍ୟବାଦ ଅର୍ପଣ କରିଥିଲେ।