Odiapua.com

ମହିଳା ହିଂସା ବିରୋଧି ଅଭିଯାନ କାର୍ଯ୍ୟକ୍ରମ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ଓଡ଼ିଶା ସରକାର ଓ ଫେଲୋସିପ୍‌, ଆସିଆନା, ନୁହାସ, ଶକ୍ତିସଦନ ମିଳିତ ଆନୁକୂଲ୍ୟରେ ମହିଳା ହିଂସା ବିରୋଧି ଅଭିଯାନର ଦ୍ୱିତୀୟ ଦିବସ ଭଦ୍ରକ ବ୍ଲକ ସଭାଗୃହରେ ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ, ନାରୀନେତ୍ର ସୁରଜିତା ନାୟକ, ଆସିୟାନାର ସମ୍ପାଦିକା ସୋଫିଆ ସେକ୍‌, ଜିଲ୍ଲା ସଂଯୋଜକ (ଡ଼ି.ଏଚ୍‌.ଇ.ଡ଼ବ୍ଲୁ) ସୂର୍ଯ୍ୟ ରଞ୍ଜନ ସାମଲ, ସବ୍ ଡ଼ିଭିଜନ୍ ସୁରକ୍ଷା ଅଧିକାରିଣୀ ସବିତା ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଇନ୍ ଯଥା ପୋକ୍ସ, ଘରୋଇ ହିଂସା ଆଇନ୍‌, ଯୌତୁକ ବିରୋଧି ଆଇନ୍ , ବାଲ୍ୟ ବିବାହ ଏବଂ କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପାଇଁ ଆଇନ୍‌ରେ ଥିବା ବ୍ୟବସ୍ଥା ଉପରେ ବିସ୍ମୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ହବ୍‌ର କର୍ମକର୍ତା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ଚାଇଲ୍ଡ ଲାଇନ୍‌ର କର୍ମକର୍ତା, ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସି.ଡ଼ି.ପି.ଓ., ଅଙ୍ଗନୱାଡ଼ି ୱାର୍କର, ଏସ୍‌.ଏଚ୍‌.ଜି. ମାନେ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଫେଲୋସିପ୍ ୱାନ୍ ଷ୍ଟପ୍ କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳୀ ବେହେରା ଦେଇଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଆଇନ୍ ପରାମର୍ଶଦାର୍ତୀ ଅସୀମା ନାୟକ । ଏହି କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ୍ ଅହମ୍ମଦ୍‌, ଫେଲୋସିପ୍ ଶକ୍ତି ସଦନର ସୁପରିଟେଣ୍ଡଂଟ ଯୋଗମାୟା ଚାନ୍ଦ, ଲିପ୍ସା ବେହେରା, ମୁସ୍ତରୀ ବେଗମ୍‌, ନୁହାସ୍ ସୁପରିଟେଣ୍ଡଂଟ ଉଷାରାଣି ବେହେରା ପ୍ରମୁଖ ପରିଚାଳନା କରିଥିଲେ ।