Odiapua.com

ମହିଳା ହିଂସା ବିରୋଧି ଅଭିଯାନ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ ଦ୍ୱାରା ପରିଚାଳିତ ସଖି ୱାନଷ୍ଟପ ସେଂଟର ତରଫରୁ ମହିଳା ହିଂସା ବିରୋଧ ଦିବସର ୧୬ ଦିନିଆ ପକ୍ଷ ପାଳନ ଅବସରରେ ଫେଲୋସିପର ସଭାପତି ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଆମନ୍ତ୍ରିତ ଅତିଥିଭାବେ ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁ, ବାଲ୍ୟ ବିବାହ ସଂଯୋଜକ ପ୍ରଦ୍ୟୁତ୍ ରଞ୍ଜନ ରାଉତ ଯୋଗଦାନ କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳଗିରୀ ରବି ସାହୁ, କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳି ବେହେରା। ଏଫ୍‌.ସି.ସି. କାଉନ୍‌ସିଲର ସ୍ନେହଲତା ପଣ୍ଡା, ୱାନଷ୍ଟପ ସେଂଟରର ସମସ୍ତ କର୍ମୀ ମହିଳା କଲେଜର ଅଧ୍ୟାପକ ଓ ଅଧ୍ୟାପିକା ସମେତ ଯୋଗଦାନ କରିଥିଲେ। ସମାଜରେ ମହିଳା ଓ ବାଳିକାମାନେ ଯୌନ ନିର୍ଯ୍ୟାତନାରେ ଶୀକାର ହେଲେ ସେମାନେ ନିଜର ଅଭିଯୋଗ କିପରି ‘ସି ବକ୍ସ ସେକ୍‌ସୁଆଲ ହାରାସମେଂଟ ଇଲେକ୍‌ଟ୍ରୋନିକ୍ ବକ୍ସରେ ଅଭିଯୋଗ ଦାଖଲ କରିପାରିବେ ତାହା ଆଜିର ସଚେତନତା ସଭାର ମୁଖ୍ୟ ବିଷୟବସ୍ତୁ ଥିଲା। ମଂଚାସୀନ ଅତିଥିମାନେ ବାଲ୍ୟବିବାହକୁ କିପରି ରୋକାଯାଇ ପାରିବ ଏବଂ ପୋକ୍‌ସୋ ଆଇନ୍ ବାଲ୍ୟବିବାହ ଆଇନ୍ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଫେଲୋସିପ୍ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଆଭାମୟର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।