ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି (ଆସିଆନା) ଦ୍ୱାରା ପରିଚାଳିତ ଆସିଆନା ସ୍ୱାଧାର ଗୃହ ପ୍ରକଳ୍ପ ତରଫରୁ ମାନବ ଅଧିକାର ଦିବସ ଅବସରରେ ସଂସ୍ଥାର ନିର୍ଦ୍ଦେଶକ ଅବଦୁଲ ସଲାମଙ୍କ ସଭାପତିତ୍ୱରେ ମହିଳା ଓ କିଶୋରୀ ହିଂସା ବିରୋଧର ନଭେମ୍ବର ୨୫ରୁ ଚାଲିଥିବା ୧୬ ଦିନିଆ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇ ଯାଇଛି। ଏହି ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୁରକ୍ଷା ଅଧିକାରୀ ତଥା ପ୍ରୋଗ୍ରାମ୍ ଅଫିସର ଚନ୍ଦ୍ରା ସାହୁ, ସମ୍ମାନନୀୟା ଅତିଥି ଭାବେ ଭାରପ୍ରାପ୍ତ ଡିଏସ୍ପି ଏଚ୍ଆର୍ପିସି ରଶ୍ମିରଂଜନ ସେନାପତି ଯୋଗ ଦେଇ ମହିଳାମାନଙ୍କ ଅଧିକାର ଉପରେ ଆଲୋଚନା କରିବା ସଂଗେସଂଗେ କୌଣସି କ୍ଷେତ୍ରରେ ଯଦି ମହିଳା କିମ୍ବା କିଶୋରୀଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ ତେବେ ସେଥିଲାଗି ଆଇନରେ ରହିଥିବା ବିଧିବ୍ୟବସ୍ଥା ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ଆସିୟାନାର ସଂଯୋଜକ ରିୟାଜ ଅହମ୍ମଦ ସ୍ୱାଗତ ଭାଷଣ ସହିତ ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସ୍ୱାଧାର ଗୃହ ପରିଚାଳିକା ସବାନା ସେଖ୍ ଓ ପରାମର୍ଶଦାତ୍ରୀ ଅନିମା ପଣ୍ଡା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।
ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫ନଂ ୱାର୍ଡର କାଉନସିଲର ଦିଲିପ ନାୟକ, ୧୨ନଂ ୱାର୍ଡ କାଉନସିଲର ହେମନ୍ତ ସାହୁ, ୧୫ ନଂ ୱାର୍ଡ କାଉନସିଲର ଜ୍ୟୋତିର୍ମୟୀ ପଟ୍ଟନାୟକ, ୧୬ ନଂ ଆଶିଷ ଅମିତାଭ ମହାପାତ୍ର, ୧୭ ନଂ ୱାର୍ଡର ଫରିଆଦ୍ ଖାନ୍, ୨୧ ନଂ ୱାର୍ଡ କାଉନସିଲର ସନୱାରା ବିବି, ୨୨ନଂ ୱାର୍ଡ କାଉନସିଲର ଯମୁନା ସୋରେନ, ରେଲୱେ ପୁଲିସର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ସନ୍ଧ୍ୟା ତୋପେ, ପୁରୁଣାବଜାର ଥାନା ଏଏସ୍ଆଇ ଅଞ୍ଜନ କୁମାର ବଳ, ଗ୍ରାମାଞ୍ଚଳ ଥାନା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଗୌରୀମଣି ସିଂ, ଅଙ୍ଗନୱାଡି କର୍ମୀ ସୋନାଲି ରାଉତ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଆସିଆନା ସ୍ୱାଧାର ଗୃହ ଓ ମୁକ୍ତାଶ୍ରୟ କେନ୍ଦ୍ର ଅନ୍ତେବାସୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନ୍ର ବରିଷ୍ଠ କର୍ମକର୍ତ୍ତା ରମାକାନ୍ତ ଜେନା, ମୁକ୍ତାଶ୍ରୟ କେନ୍ଦ୍ରର ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ଼ ପରିଚାଳନା କରିଥିବା ବେଳେ କର୍ମକର୍ତ୍ତା ବିକାଶ ରାଉତ, ପ୍ରଦୀପ ପଣ୍ଡା, ସାହିନ୍ ଖାଁ, ସଂଯୁକ୍ତା ମଲ୍ଲିକ, ଅର୍ଚ୍ଚନା ନାୟକ, ସ୍ମୃତିରେଖା ଓଝା, ସ୍ଥିତିପ୍ରଜ୍ଞା ବଳ, ଶତାବ୍ଦୀ ବେହୁରା, ପ୍ରତିମା ବଳ, ମମତା ମଲ୍ଲିକ, କାଦମ୍ବିନୀ ଜେନା, ରାନୁବାଲା ଜେନା, ସଂଜୀବ ନାୟକ ପ୍ରମୁଖ ସହଯୋଗ କରିଥିଲେ।