Odiapua.com

ମହିଳା ହିଂସା ନିରୋଧ ଦିବସ ପାଳିତ, ମହିଳାମାନେ ନିଜେ ନିଜର ସୁରକ୍ଷା କବଚ ହେବା ଆବଶ୍ୟକ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଅନୁଷ୍ଠାନ ଦ୍ୱାରା ବିଶ୍ୱ ମହିଳା ହିଂସା ନିରୋଧ ଦିବସ ଭଦ୍ରକ ‘ସଖୀ’ୱାନ ଷ୍ଟପ୍ ସେଣ୍ଟର ପରିସରରେ ଗତକାଳି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭଦ୍ରକ ଏସ୍‌ପି ଚରଣସିଂ ମୀନା ଯୋଗ ଦେଇ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳର ମହିଳାମାନେ ବହୁ ପରିମାଣରେ ରକ୍ଷଣଶୀଳ ଜୀବନ ଯାପନ କରୁଛନ୍ତି। ସେମାନେ ନିର ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ନିଜ ସୁରକ୍ଷା ପାଇଁ ନିଜେ ସୁରକ୍ଷା କବଚ ହେବା ଦରକାର ବୋଲି କହିଥିଲେ। ଏଥି ପାଇଁ ନାରୀ ସଚେତନତା ବ୍ୟାପକରୁ ବ୍ୟାପକ କରାଯିବା ଦରକାର। ପୁଲିସ ପ୍ରଶାସନ ନାରୀମାନଙ୍କ ସୁରକ୍ଷା ପାଇଁ ସଦା ସର୍ବଦା ସ୍ୱତନ୍ତ୍ର ନଜର ରଖିଥାଏ ବୋଲି ମତ ପ୍ରକଟ କରିଥିଲେ। ଫେଲୋସିପ୍ ଅନୁଷ୍ଠାନର ସଭାପତି ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ୱାନ୍ ଷ୍ଟପ ସେଣ୍ଟରର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆିନ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ସଭାର ଉଦ୍‌ଘାଟନ କରିଥିଲେ।

ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଚିତ୍ରା ପାଣିଗ୍ରାହୀ, ଓଷ୍ଟା ନେତ୍ରୀ ସୁରଜିତା ନାୟକ, ଆସିୟାନା ଅନୁଷ୍ଠାନ ମୁଖ୍ୟ ସୋଫିଆ ସେଖ୍‌, ଇନର ହୁଲଇ କ୍ଲବର କାଦମ୍ବିନୀ ମହାନ୍ତି,, ପ୍ରାଧ୍ୟପିକା ଡ. ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖ ବକ୍ତବ୍ୟରେ ନାରୀ ସୁରକ୍ଷା ସମ୍ପର୍କରେ ଭିନ୍ନଭିନ୍ନ ମତ ଉପସ୍ଥାପନ କରିଥିଲେ। ଫେଲୋସିପ୍ ଅନୁଷ୍ଠାନର ସୋନାଲୀ ପ୍ରିୟଦର୍ଶିନୀ, ପ୍ରିୟଙ୍କା ଜେନା, ସସ୍ମିତା ବାରିକ, ଅଏସୀ ଶକ୍ତିରେଖା ମହାନ୍ତି ସଂଗୀତ ମାଧ୍ୟମରେ ନାରୀ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଡ. ପ୍ରଭାତ ନଳିନୀ ମହାପାତ୍ର କବିତା ଆବୃତି କରି ନାରୀମାନଙ୍କ ଉପରେ ହିଂସାର କିପରି ନିରାକରଣ ହୋଇ ପାରିବ ପ୍ରକାଶ କରିଥିଲେ। ଫେଲୋସିପ୍‌ର ସମ୍ପାଦକ ଏସ.ଏମ. ଫାରୁକ ସମାଜରେ ମହିଳାମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳିକା ଯୋଗମାୟା ଚାନ୍ଦଙ୍କ ତତ୍ତ୍ୱାବଧାନରେ ଅନ୍ତେବାସିନୀମାନେ ନୃତ୍ୟ ପରିବେଷଣ କରିଥିଲେ। ୱାନ ଷ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଫେଲୋସିପ୍‌, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ, ଚାଲଇ୍‌ଡ ଲାଇନ, ସ୍ୱଧାର ଗ୍ୟହ, ଆଇଟି ପ୍ରୋଜେକ୍ଟ, ପରିବାର ପରାମର୍ଶ କେନ୍ଦ୍ର, ପିଏମ୍‌ଏଜିୱାଇ ଭଦ୍ରକ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବିକା କମଳା ମିଶ୍ର ଓରଫ ସୁନାମଣି ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।