Odiapua.com

ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ କିଣା

ଯାଜପୁର୧୭ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରଥମ ଥର ପାଇଁ ଆଜି କୋରାଇ ବ୍ଳକ ଅନ୍ତର୍ଗତ ମୂଳାପାଳ ପଂଚାୟତର ଗୋବିନ୍ଦପୁର ରାମେଶ୍ୱର ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ଚାଷୀ ମାନଙ୍କ ଠାରୁ ଧାନ କ୍ରୟର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାର ଏହା ଏକ ନମୁନା ସୃଷ୍ଟି କରିପାରିଛି ।

 

ଏହି କେନ୍ଦ୍ରକୁ ମୁଖ୍ୟ୍ୟ ଅତିଥିଭାବେ ମିଶନ ଶକ୍ତି ଅଧିକାରୀ ପ୍ରିୟଙ୍କା ମହାନ୍ତି, ସମ୍ମାନୀତ ଅତିଥିଭାବେ ଯୁବ ସମାଜସେବୀ ଗୋଲକ ଚନ୍ଦ୍ର ମାଝୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ସ୍ୱୟ ସହାୟକ ଗୋଷ୍ଠୀର ସଭାନେତ୍ରୀ କାଂଚନ ଜେନା, ସମ୍ପାଦିକା ଲକ୍ଷ୍ମୀପ୍ରୀୟା ବେହେରାଙ୍କ ସମେତ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ଏହା ଅଧିନରେ ମୋଟ ୧୨୩ ଜଣ ଚାଷୀଙ୍କ ନାମ ପଂଜୀକୃତ ହୋଇଥିବା ବେଳେ ସେମାନଙ୍କ ଠାରୁ ଧାନ କିଣା ହେବାକୁ ସ୍ତିର କରାଯାଇଥିବା ସଭାପତି ଶ୍ରୀମତି ଜେନା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ନିରଂଜନ ନାୟକ, ପୂର୍ବତନ ସମିତିସଭ୍ୟ କାର୍ତିକ ପଣ୍ଡା, ରାମ ଚନ୍ଦ୍ର ବେହେରା, ହରେକୃଷ୍ଣ ପାଳ, ମଧୁସୂଦନ ନନ୍ଦୀ, ଅକ୍ଷୟ ମହାରଣା, କିଶୋର ପାଳ, ଦୁର୍ଯ୍ୟୋଧନ ଦାସ, ତପନ ନାୟକ, ମହେନ୍ଦ୍ର ବେହେରା, କୁଳମଣୀ ଜେନା, ବିଦ୍ୟାଧର ବେହେରା, ଲାଲ ବିହାରୀ ଦାସ, ସାଗର ପଲେଇ, ଭରତ ସାହୁ, ବୈକୁଣ୍ଠ ଦତ, ଗଦାଧର ନାୟକ, ସୂର୍ଯ୍ୟମଣୀ ଜେନା, ରଘୁନାଥ ଦାସ, ସୁଧାକର ଭୂତିଆ, ରତିକାନ୍ତ ପଣ୍ଡା, ଅଭିମନ୍ୟୁ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।