Odiapua.com

ମହିଳା ସଶକ୍ତିକରଣ ଏକ ଆନ୍ଦୋଳନ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ଦିବସ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗ ଥିଲା ଆମ ସମାଜକୁ ପୁରୁଷ କୈନ୍ଦ୍ରୀକ କୁହାଯାଉଥିଲା। କିନ୍ତୁ ଏେବେ ସେ ସମୟ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନ କରିଛନ୍ତି। ପୁରାଣ ଓ ଇତିହାସରେ ନାରୀମାନଙ୍କ ଭୂମୀକାକୁ ନେଇ ବହୁ ରୋଚକ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଖିବାକୁ ମିଳିଥାଏ। ତେଣୁ ଯୁେଗେ ଯୁଗେ ମହିଳାମାନେ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି ଓ ବର୍ତ୍ତମାନ ସମୟେରେ ମହିଳା ସଶକ୍ତିକରଣ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସ୍ଥାନୀୟ ଗାନ୍ଧୀ ପଡ଼ିଆ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ଶିକ୍ଷୟତ୍ରୀ ଜାନକୀ ପାଢ଼ୀଙ୍କ ପୌରହିତ୍ୟରେ ‘ମହିଳା ସଶକ୍ତିକରଣର ପ୍ରାସଙ୍ଗିକତା’ ଶୀର୍ଷକ ବିଷୟ ଉପରେ ଅତିଥିମାନେ ଏହି ମତ ରଖିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଡିପିସିର ସଂଯୋଜିକା ଇପ୍ସିତା ଜେନା, ମୁଖ୍ୟବକ୍ତା ଭାବେ କବୟତ୍ରୀ ଗୀତାରାଣୀ ଆଇଚ, ସମ୍ମାନନିତ ଅତିଥି ଭାବେ ସମାଜସେବୀ କଳ୍ପନା ଜେନା, ବ୍ରହ୍ମକୁମାରୀ ଆଶ୍ରମର ଭଉଣୀ ସସ୍ମିତା, ରୀନାରାଣୀ ଦିକ୍ଷୀତ, ସୁପ୍ରଭା ପାଣୀ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ମନୋରମା ରାୟ ସ୍ୱାଗତ ଭାଷଣ, ସଂଯୁକ୍ତା ମହାନ୍ତି ଅତିଥି ପରିଚୟ ଦେଇଥିବାବେଳେ, କବୟତ୍ରୀ ଚୈତାଳୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷେରେ କୁମାର ଗୌତମଙ୍କ ମେଲୋଡି ଗ୍ରୁପର କାର୍ଯ୍ୟକ୍ରମରେ ଚର୍ଚ୍ଚିତ କଳାକାର ରାଣୀ ପଣ୍ଡା ଆଇଟମ ଡ୍ୟାନ୍ସ ସହ ଆଇଟମ ସଂଗୀତ ପରିବେଷଣ କରିଥିଲେ। କମିଟିର ସଭାପତି ରବି ନାରାୟଣ ଖିଲାର, ସମ୍ପାଦକ ପିଙ୍କୁନ ମହାପାତ୍ର, େକୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ଅପୂର୍ବ ବେହେରା, ଅବିନାଶ ପଣ୍ଡା, ଜଗବନ୍ଧୁ ବେହେରା, କ୍ଷିତିଶ ସାମନ୍ତ, ରାଜେଶ ଦାସ, ସୁବ୍ରତ ଦିକ୍ଷୀତ, ଅତିଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।