Odiapua.com

ମହିଳା ମୋର୍ଚ୍ଚାର ନବ ନିଯୁକ୍ତ ଉପସଭାପତି ଓ ସମ୍ପାଦିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି କାର‌୍ୟ୍ୟକର୍ତ୍ତା ବେଲବାହାଳି ଗ୍ରାମର ଦିପ୍ତୀ ସାହୁଙ୍କୁ କେନ୍ଦୁଝର ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ଓ ମରୈଗାଁ ଗ୍ରାମର ତୃପ୍ତୀମୟୀ ଜେନାଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯିବା ପରେ ବିଜେପି ନେତାମାନେ ତାଙ୍କୁ ସ୍ୱାଗତ କରିଛନ୍ତି । ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ହରମୋହନ ଶାସିନି, ଦଶରଥ ଜେନା ପ୍ରମୁଖ ସେମାନଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସେମାନଙ୍କ ନେତୃତ୍ୱରେ ଦଳର ମହିଳାମୋର୍ଚ୍ଚା ଆହୁରି ସୁସଂଗଠିତ ହେବ