Odiapua.com

ମହିଳା ମହାସଂଘ ପଞ୍ଚାୟତ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତ ୮ନଂୱାର୍ଡ ହାସିନପୁର ଗ୍ରାମର ୬୫ଜଣ ସଭ୍ୟାଙ୍କୁ ନେଇ ଗତ ୧୭.୯.୨୦ରିଖ ଦିନ ନୂତନ ଭାବେ ଯୋଗମାୟା ଆଞ୍ଚଳିକ ମହିଳା ମଞ୍ଚ ଗଠନ ହୋଇଥିଲା । ପଞ୍ଚାୟତ ମହାସଂଘର ସମ୍ପାଦିକା ଉମାମଣୀ ଗ୍ରହାଚାର୍ଯ୍ୟଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସଭାପତି ଓ ସମ୍ପାଦିକା ମନୋନୀତ କରାଯାଇଥିଲା ବେଳେ ରାଜଲକ୍ଷ୍ମୀ ଦାସଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯାଇଥିଲା । ମାତ୍ର ପଞ୍ଚାୟତ ମହାସଂଘର ସମ୍ପାଦିକା ଉମାମଣୀ ଗ୍ରହାଚାର୍ଯ୍ୟ ମନ୍ଦ ଉଦେଶ୍ୟ ରଖି ପରବର୍ତ୍ତୀ ସମୟରେ ସଭ୍ୟାମାନଙ୍କ ଅଗୋଚରରେ ରାଜଲକ୍ଷ୍ମୀ ଦାସଙ୍କ ପରିବର୍ତ୍ତେ ଗ୍ରାମର ସୁନୀତା ଦାସଙ୍କୁ ସମ୍ପାଦିକା ଭାବେ ଚୟନ କରାଇ ଓଡ଼ିଶା ଜୀବିକା ମିଶନ ବନ୍ତ କାର୍ଯ୍ୟାଳୟର ଅନୁମୋଦନ ନିମନ୍ତେ ପଠାଇଥିଲେ । କୌଣସି ସୂତ୍ରରୁ ଏ ବିଷୟ ଜାଣିବା ପରେ ଆଜି ଆଞ୍ଚଳିକ ମହିଳା ମଞ୍ଚର ପଞ୍ଚାୟତ ସମ୍ପାଦିକା ଉମାମଣୀ ଗ୍ରହାଚାର୍ଯ୍ୟଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଯୋଗମାୟା ଆଞ୍ଚଳିକ ମହିଳା ମଞ୍ଚର ସନ୍ଧ୍ୟାରାଣୀ ବେହେରା, ଅନୁସୟା ମିଶ୍ର, ସତ୍ୟଭାମା ଦାସ, ରଞ୍ଜିତା ବେହେରା, ରଶ୍ମିତା ଦାସ, ରାଧାରାଣୀ ବେହେରା, ସୁକାନ୍ତି ଦାସ, ଅନୁସୟା ବେହେରା, ମମତା ପଲେଇ ପ୍ରମୁଖ ୬୫ଜଣ ଯାକ ସଭ୍ୟା ବନ୍ତ ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ଭେଟି ଏ ବିଷୟ ଜଣାଇବା ସହ ମହାସଂଘର ସମ୍ପାଦିକାଙ୍କ ଜାଲିଆତି ରିପୋର୍ଟକୁ କାର୍ଯ୍ୟକାରୀ ନ କରିବା ନିମନ୍ତେ ଏକ ଦାବିପତ୍ର ଜଣାଇଥିଲେ । ଉକ୍ତ ପ୍ରତିବାଦ ପତ୍ର ଅବିକଳ ନକଲ ଓଏଲ୍‌ଏମ୍ ବନ୍ତ, ସିଡିପିଓ ବନ୍ତ, ଡିପିଏମ୍ ଭଦ୍ରକଙ୍କୁ ଅବଗତି ନିମନ୍ତେ ଜଣାଇଥିଲେ । ମହିଳାମାନଙ୍କ ଅଭିଯୋଗ ଶୁଣିବା ପରେ ବିଡିଓ ରେବେକା ବିଲୁଙ୍ଗ ଓଏଲ୍‌ଏମ୍ ବନ୍ତର ବିପିଏମ୍‌ଙ୍କ ଉପସ୍ଥିତିରେ ଆଲୋଚନା କରି ମହିଳାମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।