Odiapua.com

ମହିଳା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ତଥା ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ତଥା ‘ନୂଆ-ଓ’ର ଉଦ୍‌ଯାପନୀ ସମାରୋହ ଗତକାଲି ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ନଭେମ୍ବର ୨୨ରୁ ସାମାଜିକ, ଡ଼ିସେମ୍ବର ୧୨ରୁ କ୍ରୀଡ଼ା ଏବଂ ଡ଼ିସେମ୍ବର୧୮ରୁ ସାଂସ୍କୃତିକ ପରିଷଦ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ତଥା ପିଲାଙ୍କ ଭିତରେ ପ୍ରତିଯୋଗିତା କରାଯାଇଥିଲା । ସାଂସ୍କୃତିକ ପରିଷଦ ତରଫରୁ ଡଃ ଆଭାମୟୀ ମହାପାତ୍ରଙ୍କ ଦ୍ୱାରା ବକ୍ତୃତା, କବିତାପାଠ, ଚିତ୍ରାଙ୍କନ, ସୃଜନୀଲେଖା, ରଙ୍ଗୋଲି, ନୃତ୍ୟ, ଗୀତ, ଫେସ୍ ସୋ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ମାନନୀୟା ମଂଜୁଲତା ମଣ୍ଡଳ ଏବଂ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ଭଦ୍ରକ ମହିଳା ମହାବିଦ୍ୟାଳୟର ପରିଚାଳନା ସମିତି ସଭାପତି ନାସିର ବକ୍ସ, ଅଧ୍ୟକ୍ଷା ସୁପ୍ରୀତି କର, କାର୍ଯ୍ୟକାରୀ କମିଟିର ଅନୀତା ଦଳେଇ, ମନୋଜ ସାହୁ, ଆରତୀ ଜେନା, ଶୁଭଶ୍ରୀ ବେହେରା ଏବଂ ଡଃ ଆଭାମୟୀ ମହାପାତ୍ର ଉପସ୍ଥିତ ରହିଥିଲେ । ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବା ସହ ଭବିଷ୍ୟତରେ ଭଦ୍ରକ ମହିଳା ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସମସ୍ତ ପିଲାମାନଙ୍କ ପାଇଁ ଦିବା ଭୋଜନ ବ୍ୟବସ୍ଥା କରାଯାଇଥିଲା । ଶେଷରେ ସମସ୍ତ ପରିଷଦର ମିଳିତ ଆନୁକୁଲ୍ୟରେ ପିଲାଙ୍କ ମନୋରଞ୍ଜନ ପାଇଁ ମେଲୋଡ଼ି ବ୍ୟବସ୍ଥା କରାଯାଇଥିଲା । ଏହି ସଭାକୁ ଅଧ୍ୟାପିକା ଡଃ ସଂଗୀତା ଦାଶ ପରିଚାଳନା କରିଥିଲେ ଏବଂ ଈପ୍‌ସିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।