Odiapua.com

ମହିଳା ମଦ ବ୍ୟବସାୟୀ କୋର୍ଟ ଚାଲାଣ

ନୟାଗଡ଼ ୨୧/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳରେ କିଛି ଗ୍ରାମର ସୁଣ୍ଢି ପରିବାର ହାତ ତିଆରି ଦେଶୀ ମଦ ରାନ୍ଧିବା ପାଇଁ କୈାଳିକ ବୃତ୍ତି ଭାବରେ ଆଦରି ନେଇଥିବା ଜଣାପଡିଛି। ସୁରୁକାବାଡି, ବେଗୁନିଆଁ ପାଟଣା, ନରସିଂହପୁର, ମାନପୁର ଅଂଚଳରେ ହାତ ତିଆରି ରନ୍ଧା ମଦ ଏକ କୁଟୀର ଶିଳ୍ପ ପାଲଟିଛି। ଅବକାରୀ ବିଭାଗ ତରଫରୁ ବାରମ୍ବର ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରୁଥିଲେ ମଧ୍ୟ ତଥାପି ଚୋରା ହାତ ତିଆରି ରନ୍ଧା ମଦ ବ୍ୟବସାୟ ବନ୍ଦ ହେଉନାହିଁ।

ହେଲେ ଅବକାରୀ ବିଭାଗ ତରଫରୁ ଚଢାଉ ଜାରି ରହିଛି। ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ସଦଳବଳେ ଜୁଲାଇ ୨୧ ତାରିଖ ସକାଳେ ସୁରୁକାବାଡି ଗ୍ରାମରେ ଚଢାଉ କରିଥିଲେ। ମଦ ରାନ୍ଧୁଥିବା ଅବସ୍ଥାରେ ପାଲୁଣି ମଣ୍ଡଳ (୬୦) କୁ ଗିରଫ କରିବା ସହ ତା ଠାରୁ ୧୮ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତା ଙ୍କୁ ରଣପୁର କୋର୍ଟ ଚାଲାଣ କରାଯାଇଛି।