Odiapua.com

ମହିଳା ଦିବସ ଅବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘରବାଡି ପଟାପାଇଁ ବିକ୍ଷୋଭ କଲେ ଶତାଧିକ ମହିଳା

ମାଲକାନଗିରି,୮ା୩ (ଓଡିଆ ପୁଅ ) ଆଜି ସମଗ୍ର ଦେଶ ପାଳନକରୁଛି ଆନ୍ତର୍ଜାତୀୟ ମହିଳାଦିବସ ଆଜିର ଦିବସରେ ଶତାଧିକ ମହିଳା ସେମାନଙ୍କ ହକପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ପୌରପରିଷଦ ଓ୍ୟାର୍ଡନମ୍ବର୩ର ଜେଲସାହି,କୁମ୍ଭାର ସାହି,ତ୍ରିନାଥମନ୍ଦିର,ଖ୍ରିଷ୍ଟାଆନ ସାହି,ତେଲୁଗୁସାହି ବସ୍ତିରେ ଠାରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ୮ଶହ ରୁ ଉର୍ଦ୍ଦ ପରିବାରବର୍ଗଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ସ୍ଥାୟୀ ଘରବାଡି ପଟା ପ୍ରଦାନ କରାଯାଇନାହିଁ । ସେମାନଙ୍କ ସ୍ଥାୟୀ ପଟା ନଥିବାରୁ ସେମାନଙ୍କ ପିଲାମାନେ ପାଠପଢିବା, ଷ୍ଟାଇପେଣ୍ଡ,ଜାତିଗତ ପ୍ରମାଣପତ୍ର,ସ୍ଥାୟୀ ପ୍ରମାଣ ପତ୍ର ପାଇପାଇପାରୁ ନହାଁନ୍ତି କି ଅନ୍ୟାନ ସରକାରି ସୁବିଧା ସୁଯୋଗ ସେମାନଙ୍କୁ ମିଳିପାରୁନାହିଁ । ବାରମ୍ବାରା ତହସିଲ,ପୌରପରିଷଦ କୁ ଜଣାଇଆସୁଥିଲେ ମଧ୍ୟ ତାର କିଛି ସୁଫଳ ମିଳିନଥିବାରୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସର ଶତାଧିକ ମହିଳା ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ଓ୍ୟାର୍ଡାନମ୍ବର ୩ ବସ୍ତିବାସିନ୍ଧାଙ୍କୁ ତୁରନ୍ତ ସ୍ଥାୟୀଘରବାଡି ପଟା ଦେବା ନିମନ୍ତେ ଏକ ଦାବିପତ୍ର ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଙ୍କୁ ପ୍ରଦାନ କରିଛନ୍ତି । ଏ ସଂପର୍କରେ ସରକାରଙ୍କୁ ଅବଗତ କରାଯିବ,ରାଜ୍ୟସ୍ତରରୁ ଏକ ସ୍ୱତନ୍ତ୍ର ଅନୁଧ୍ୟାନ କାରି ଦଳ ଆସି ବସ୍ତିଗୁଡିକରେ ବସବାସକରୁଥିବା ପରିବାରଙ୍କ ଉପରେ ସର୍ଭେକରାଯାଇ ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ କ୍ରମାନୁସାରେ ପଟାପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ମହିଳା ମାନଙ୍କୁ ପ୍ରତିସୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ପ୍ରତିସୃତି ପାଇବାପରେ ମହିଳା ମାନେ ଖୁସିରେ ନିଜ ନିଜ ଘରକୁ ଫେରି ଯାଇଥିଲେ ।