ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଦ୍ରକର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ରେ ଏକ ମହିଳା ମାରାଥନକୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଏବଂ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଏହି ଅବସରରେ ଉପସ୍ଥିତ ଥିଲେ।କ୍ରୀଡା ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ମହାବିଦ୍ୟାଳୟ ଏବଂ କ୍ରୀଡା ପରିବେଶର ଯୁବତୀମାନେ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ।ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।