Odiapua.com

ମହିଳା କଲେଜରେ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କ୍ରୀଡ଼ା ପତାକା ଉତ୍ତୋଳନ କରି ଛାତ୍ରୀଙ୍କ ଅଭିବାଦନ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ନଳୀନି ପ୍ରଭା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ନେତା ସତ୍ୟସାଧନ ବେଜ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ବକ୍ତବ୍ୟ ରଖିଥିଲେ । ପରେ କ୍ରୀଡ଼ା ଶିକ୍ଷୟିତ୍ରୀ ସୁନେତ୍ରା ରାୟଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରଶିକ୍ଷକ ଲୋକନାଥ ରାଉତ ଦୌଡ଼, ସଟ୍‌ଫୁଟ୍‌, ଡିସ୍‌କସ୍‌ଥ୍ରୋ, ଜ୍ୟାଭେଲିନ୍‌ଥ୍ରୋ ଆଦି ପ୍ରତିଯୋଗିତା କରିଥିଲେ । କାର୍ଯ୍ୟକ୍ରମକୁ ସୁସ୍ମିତା ନାୟକ, ପ୍ରଗତି ରାଉତ, ନିଳୀମା ବିଶ୍ୱାଳ, କରୁଣାକର ସାହୁ, ସୁରେନ୍ଦ୍ର କୁମାର ଦାସ, ନିରଞ୍ଜନ ପତି, ମନମୋହନ ରଥ, ବସନ୍ତ କୁମାର ଜେନା, ଭଗବାନ ସାହୁ, ପାର୍ବତୀ ମୁଖି ପ୍ରମୁଖ ପରିଚାଳନା କରିଥିଲେ ।