Odiapua.com

ମହିଳା ଓ ଶିଶୁ ଯୌନ ନିର୍ଯ୍ୟାତନା ଏବଂ ଅପରାଧରୁ ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଓ ସୋସାଇଟ୍ ଫର ଉଇକର କମ୍ୟୁନିଟ୍ (ଆସିଆନା)ର ମିଳିତ ଆନୁକୂଲ୍ୟରେ ଭଦ୍ରକ ପୌରପରିଷଦ ସଭାଗୃହ ପରିସରରେ ଆୟୋଜିତ ମହିଳା ଓ ଶିଶୁ ନର୍ଯ୍ୟାତନା ଏବଂ ଅପରାଧରୁ ସୁରକ୍ଷା ଶୀର୍ଷକ ଆଲୋଚନା ପୌରପରିଷଦର ଅଧ୍ୟକ୍ଷା ଗୁଲମଖି ଦଲୱାଜି ହବିବ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୬ ଦିନିଆ ଲିଂଗ ଭିତିକ ହିଂସା ସଚେତନତା କାର୍ଯ୍ୟକ୍ରମରେ ମହିଳା ହିଂସା, ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ନିମନ୍ତେ ପଦକ୍ଷେପ ଏବଂ ପରିବାର, ସାମାଜିକ ଗୋଷ୍ଠୀର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଡ଼ି.ଆଇ.ବି) ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ୍ ,ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଆସିୟାନାର ସଂପାଦିକା ସୋଫିଆ ସେକ୍‌. ମ୍ୟୁନିସପାଲିଟ୍‌ର ଯନ୍ତ୍ରୀ ପ୍ରହ୍ଲାଦ ମହାପାତ୍ର ପ୍ରମୂଖ ଯୋଗଦାନ କରି ବିଭିନ୍ନ ଆଇନ, କର୍ଯ୍ୟକ୍ରମ ଏବଂ ସହଭାଗିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପୌରପରିଷଦର କାଉନ୍‌ସିଲର, ମହିଳାଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟା ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିୟାନାର ସଂଯୋଜକ ରିଆଜ ଅହମ୍ମଦ୍ ପରିଚାଳନା କରିଥିବା ବେଳେ କର୍ମକର୍ତା ଜନ୍ମଜ୍ୟୋତି ବେହେରା, ଶକ୍ତି ସଦନର ବହୁମୁଖୀ କର୍ମକର୍ତା ରୁବିନା ନାୟକ ସହଯୋଗ କରିଥିଲେ । ପରିଶେଷରେ ସଂଯୋଜକ ଅହମ୍ମଦ୍ ଧନ୍ୟବାଦ ଅର୍ପଣ କରିଥିଲେ ।