Odiapua.com

ମହିଳା ଆଇନ ସାକ୍ଷରତା ଓ ଶଶକ୍ତି କରଣ ଶିବିର ଅନୁଷ୍ଠିତ

ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ମହିଳା କମିଶନଙ୍କ ମଳିତ ସହଯୋଗରେ ମହିଳା ଆଇନ ସାକ୍ଷରତା ଓ ଶଶକ୍ତିକରଣ ଶିବିର ସ୍ଥାନୀୟ ଜିଲ୍ଳା ଜକ୍ସ୍‌କୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ଆୟୋଜିତ ଏହି ଶିବିରକୁ ଜିଲ୍ଲାଜଜ୍ ରୂପଶ୍ରୀ ଚୌଧୁରୀ ଉଦ୍‌ଘାଟନ କରିଥିଲେ। ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଭାରତ ବର୍ଷରେ ଏହି ପ୍ରଶିକ୍ଷଣ ସାକ୍ଷରତା ଶିବିର ପାଳନ କରାଯାଉଥିବାବେେଳେ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ସୂଚନା ଦେବା ସହ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଶସକ୍ତ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପଜ୍ଞା ପରମିତା ମହାପାତ୍ର, ସବ୍ ଜିଲ୍ଳା ଆଇନ ସେବା ପ୍ରାଧିକରଣ ରଂଜୁଲତା ଲେଙ୍କା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମହିଳା, ଆଶା, ଅଙ୍ଗନୱାଡ଼ି କର୍ମୀ, ସରପଂଚ, ସମିତିସଭ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।