Odiapua.com

ମହିଳାମାନଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହିଳାମାନଙ୍କ ପାଇଁ ଖୁସି ଖବର। କାରଣ ଏବେ ଶସ୍ତା ହୋଇଛି ଗ୍ୟାସ ସିଲିଣ୍ଡର। ସବସିଡି ବିହୀନ ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର ଦାମ ଏବେ ୬୨ ଟଙ୍କା ହ୍ରାସ ପାଇଛି। ଆଜିଠାରୁ ଘରୋଇ ବ୍ୟବହାର ପାଇଁ ଏହି ସିଲିଣ୍ଡର ୫୯୧ ଟଙ୍କାରେ ଉପଲବ୍ଧ ହେବ। ବର୍ତମାନ ଏହା ୬୫୩ ଟଙ୍କାରେ ମିଳୁଥିଲା।

ତୈଳ କମ୍ପାନୀ ଦେଇଥିବା ସୂଚନାନୁସାରେ, ବ୍ୟବସାୟିକ ସିଲିଣ୍ଡରର ଦାମ ୧୨୬ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ।