Odiapua.com

ମହିଳା ଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର

ସୁନ୍ଦରଗଡ ୨୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଧାରୁଆଡ଼ିହି ଥାନା ଅନ୍ତର୍ଗତ ଘୁମୁରା ଗ୍ରାମ ରେ ଜଣେ ମହିଳା ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଘରୋଇ କଳି କୁ କେନ୍ଦ୍ର କରି ଘୁମୁରା ଗ୍ରାମ ର ପରମାନନ୍ଦ ଭିତିରିଆ ଙ୍କ ସ୍ତ୍ରୀ ଧରିତ୍ରୀ ଭିତ୍ରିଆ(୩୯) ଘରେ କେହି ନ ଥିବା ବେଳେ ନିଜ ବେକରେ ଘର ସିଲିଂ ଫେନ ରେ ଫାସ କରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଘରେ ଗଣ୍ଡଗୋଳ ହୋଇଥିବା ପରିବାର ପକ୍ଷରୁ କୁହାଯାଉ ଥିବା ବେଳେ ସାଧାରଣ ରେ ନା ନା ପ୍ରକାର ଆଲୋଚନା ହେବା ଓ ପାରିପାର୍ଶୀକ ସ୍ଥିତି ନେଇ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ପ୍ରକାଶ ପାଉଛି। ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ସିଂଟିଫିକ ଦଳ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।