Odiapua.com

ମହିଳାଙ୍କ ଆପତିଜନକ ଡ଼ିଡିଓ ଭାଇରାଲ କରି ଶିକ୍ଷକ ଗିରଫ

କଳାହାଣ୍ଡି, ତା.୨୦.୦୨.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଜନୈକ ମହିଳାଙ୍କ ଆପତି ଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଶିକ୍ଷକ ଗିରଫ ହେବା ଘଟଣା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କଲମପୁର ବ୍ଲକ ଅଧିନସ୍ଥ ପିପଲଝାପର ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ବିଜମରା ଗ୍ରାମର ହନୁମନ୍ତ ମାଝୀ ଜୟପାଟନା ଥାନା ବେହେରନସିଲ ଗ୍ରାମର ଜନୈକା ମହିଳାଙ୍କ ଆପତିଜନକ ଭିଡିଓ ଭାଇରାଲ କରିଥିବା ବିଷୟରେ ୧୮.୦୨.୨୦୨୧ ଦିନ ସଂପୃକ୍ତ  ମହିଳା ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଜୟପାଟନା ଥାନାଧରକାରିଣୀ  ଇନ୍ସପେକ୍ଟର ରଶ୍ମିତା ପ୍ରଧାନ ଏସଂପର୍କରେ ଜୟପାଟଣା ଥାନାରେ ଦଫା ୫୦୦ ଆଇପିସି ଓ ଆଟି ଆକ୍ଟ୬୬(ଇ)/୬୭ ଅନୁଯାୟୀ କେଶ ନଂ.୫୦ /୨୦୨୧  ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲେ । ଅଭିଯୁକ୍ତ ସଂପୃକ୍ତ ଶିକ୍ଷକ ଏକ ଷ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ମହିଳାଙ୍କ ଆପତିଜନକ ଭିଡିଓ ପୋଷ୍ଟ କରିବାପରେ ସେଗୁଡିକ ଭାଇରାଲ ହୋଇଯାଇଥିବା ପ୍ରକାଶ । ପୋଲିସ ଉକ୍ତ ଘଟଣାରେ ବ୍ୟବହୃତ ମୋବାଇଲ କୁ ଜବତ କରି ଅଭିଯୁକ୍ତକୁ କୋର୍ଟକୁ ପଠାଇ ଦେଇଥରବା ପୋଲିସ ସୂତ୍ରରୁ ପ୍ରକାଶ ।