Odiapua.com

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ହାଟଡିହି -୧୭। ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଡଅଁର ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗତ ୫ତାରିଖ ରାତିରେ ସ୍ୱାମୀ ଘରେ ନଥିବାବେଳେ ସେହି ଗ୍ରାମର ସମ୍ପର୍କୀୟ ଦିଅର ପଙ୍କଜ ତାଙ୍କ କବାଟ ଭାଙ୍ଗି ଘରେପସି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣକ ଏହାର ବିରୋଧ କରିବାରୁ ସେ ତାକୁ ଏକ ଲୁହାରଡରେ ମାଡପିଟି କରିଥିଲା। ସେହିପରି ଗତ ଜୁଲାଇ ୧୪ତାରିଖ ଦିନ ମଧ୍ୟ ମହିଳାଙ୍କ ଶାଶୁକୁ ମଧ୍ୟ ପିଟାମରା କରିଥିଲା ବୋଲି ସେ ନନ୍ଦିପଦା ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।