Odiapua.com

ମହିଳାଙ୍କୁ ଦୁର୍ବ୍ୟବହାର ସହିତ ମାଡ଼ ମାରିଥିବା ଘଟଣାରେ ଡାକ୍ତରଙ୍କ ନାମରେ ଥାନାରେ ଅଭିଯୋଗ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନ୍‌ିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ଡାକ୍ତରଖାନା ରେ ଡ଼ାକ୍ତର ଜୈନିକା ମହିଳା ମଧୁସ୍ମିତା ସାହୁ। ଙ୍କୁ ଗାଳିଗୁଲଜ କରିବା ନେଇ ଥାନା ରେ ଅଭିଯୋଗ ହୋଇଛି।ସୂଚନା ଥାଉ କି ମଧୁସ୍ମିତା ଧୂଷୁରୀ ଏରିଆ ହସ୍ପିଟାଲ ନିକଟରେ ଏକ ପାଥୋଲୋଜି କରିଛନ୍ତି, ସେହି ମେଡିକାଲ ଫାଟକ ଭିତରେ ବିମଳ ମଲ୍ଲିକ ନାମକ ଜଣେ ବ୍ୟକ୍ତି ମଧ୍ୟ ପାଥୋଲୋଜି କରିଛନ୍ତି । ଏହି ସମୟରେ ମଧୁସ୍ମିତା ବିମଳ ଙ୍କ ମଧ୍ୟ ରେ ଝଗଡା ଲାଗିଥିଲେ। ଏହି ସମୟରେ ଡାକ୍ତର ସଂଜୟ କୁମାର ହୁଇ ଉକ୍ତ ଦୁଇଜଣଙ୍କ କଳି ମଧ୍ୟରେ ହସ୍ତକ୍ଷେପ କରିବା ସହିତ ଉକ୍ତ ମହିଳାଙ୍କୁ ଅଶାଳୀନ ବ୍ୟବହାର କରି ଥିଲେ ବୋଲି ମଧୁସ୍ମିତା ଅଭିଯୋଗ କରିଛନ୍ତି । ସୁଚନା ଥାଉ କି ଉକ୍ତ ଡାକ୍ତର ଖାନା ପରିସର ରେ ଜଣେ ପାଥଲୋଜି କରୁଥିବା ବେଳେ ଗେଟ ବାହାରେ ମଧୁସ୍ମିତା ପାଥଲୋଜି କରିଛନ୍ତି।ତେବେ ଡ଼ାକ୍ତର ଜୈନିକ ପାଥଲୋଜି ମାଲିକ କୁ ସହଯୋଗ କରିବା ନେଇ ବିବାଦ ଉପୁଜୁ ଥିବାର ସୂଚନା ମିଳିଛି।ତେବେ ଉକ୍ତ ଘଟଣା କୁ ଡ଼ାକ୍ତର ଶ୍ରୀ ହୁଇ ଖଣ୍ଡନ କରିବା ସହ ସଂପୃକ୍ତ ମହିଳା ଙ୍କ ନାମରେ ପାଲଟା ଅଭିଯୋଗ ଥାନା ରେ କରିଛନ୍ତି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।