Odiapua.com

ମହିଳାଙ୍କୁ ଆକ୍ରମଣ କରି କୂଅରେ ପଡିଲା ଜଂଗଲୀ ଭାଲୁ : ଭାଲୁକୁ ଉଦ୍ଧାର କଲେ ବନ ଓ ଅଗ୍ନିଶମ କର୍ମଚାରୀ

ଖୋର୍ଦ୍ଧା, ୨୭/୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଡିଆ ପଂଚାୟତ କାଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଜଂଗଲୀ ଗାଢୁଆ ଭାଲୁଟି ଖାଦ୍ୟ ଅନ୍ବେଷଣରେ ନିକଟ ଜଂଗଲରୁ ଗାଁ ମୁହାଁ ହୋଇ ପ୍ରଥମେ ଭୋର ୪ ଟା ସମୟରେ କାଶିପୁର ଜଣେ ବୟସ୍କ ମହିଳାଙ୍କୁ ଆକ୍ରମଣ କରି ଆହତ କରି କୁକୁର ଦଳ ଗୋଡାଇବା ଫଳରେ ଗଂଗା ପାଇକରାୟଙ୍କ ବାରିପଟ କୂଅରେ ପଡିଯାଇଥିଲା। ଭୋର ସମୟରେ ଧାନ ବସାଇବା ପାଇଁ ମହିଳାମାନେ କୂଅରେ ଭାଲୁ ପଡିଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ପରେ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପ୍ରଥମେ ବନ କର୍ମଚାରୀ ଏକ ଘଣ୍ଟା ପରିଶ୍ରମ କରି ଭାଲୁ ଉଦ୍ଧାର କରିବା ବିଫଳ ହେବା ପରେ ମିଳିତଭାବେ ଟାଙ୍ଗି ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ବାରା ଭାଲୁଟିକୁ କୂଅରୁ ଉଦ୍ଧାର କରାଯାଇଥିଲା। ଟାଙ୍ଗି ପଟିଆ ଜଂଗଲରେ ଭାଲୁଟିକୁ ଛଡା ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଆହତ ମହିଳା ଜଣକ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ। ଜଂଗଲୀ ଜନ୍ତୁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଥିବା ବେଳେ ଏଥିପାଇଁ  ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସଂଗେ ସଂଗେ ବନବିଭାଗକୁ ଦାୟୀ କରିଛନ୍ତି।