Odiapua.com

ମହିମା ମିଣ୍ରଙ୍କୁ  ହାଇଟୋର୍ଟରୁ ମିଳିଲା ଜାମିନ୍‌

କଟକ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାରାଦୀର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ଅଭିଯୋଗରେ ଦିର୍ଘ ୪ ବର୍ଷ ହେଲା ଗିରଫ ହୋଇଥିବା ଶିଳ୍ପପତି ମହିମା ମିଣ୍ରଙ୍କୁ ଆଜି ହାଇଟୋର୍ଟରୁ ଜାମିନ୍ ମିଳିଛି । ହାଇକୋର୍ଟ ବିଚାରପତି ବି.ଦାସଙ୍କୁ ନେଇ ଗଠିତ ଖଣ୍ଡପିଠ ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ କରି ନମ୍ନ ଆଦାଲତ ସତ୍ୱ ରଖିବାକୁ ନିର୍ଦେଶ ନାମାରେ ସ୍ପଷ୍ଟ କରିଛନ୍ତି ।ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ମହିମାଙ୍କୁ ଦୁଇଥର ଜାମିନ୍ ମିଳି ସାରିଛି। ତେବେ ଏହି ହତ୍ୟା  ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ଜାମିନ୍‌କୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଖାରଜ ପରେ ପୁଣି ଜାମିନ୍ ପାଇଁ ମହିମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।୨୦୧୬ ମସିହା ୨୬ ତାରିଖରେ ଶ୍ରୀମିଶ୍ରଙ୍କୁ ବ୍ୟାଙ୍କକ୍ରୁ ଗିରଫ କରାଯାଇଥିଲା  ସୁଚନାଯୋଗ୍ୟ- ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ୨୦୧୭ ମେ’ ୧୬ରେ ଜାମିନ ମଞ୍ଜୁର କରିଥିଲେ। ମହିମା ମିଶ୍ରଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ପୁଣିଥରେ ଜାମିନ୍ ମିଳିଛି।