Odiapua.com

ମହିମା ଧର୍ମ ବାବାର କାରନାମା ନାବାଳିକାକୁ ଯୌନ ନିର୍ଯାତନା, ଗୁରୁବାର କୋର୍ଟ ଚାଲାଣ

ଖଡିଆଳ/ନୂଆପଡା-୧୩.୦୬.୧୯.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ଯୁବତୀଙ୍କୁ ଯୌନ ନିର୍ଯାତନା କରିଥିବା ବୁଧବାର ଏକ ନାବାଳିକା ଅଭିଯୋଗ କରିଥିଲା। ଅଭିଯୋଗ କ୍ରମେ ଖଡିଆଳ ପୋଲିସ ବୁଧବାର ଉକ୍ତ ବାବାଙ୍କୁ ଅଟକ ରଖି ପଚାରା ଉଚୁରା କରିଥିଲା। ଖଡିଆଳ ପୋଲିସ ବାବାଙ୍କ କାରନାମାର ସତ୍ୟତା ଜାଣିଲା ପରେ ଗୁରୁବାର କୋର୍ଟ ଚାଲାଣ କରିଥିବା ଖଡିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି। ସୂଚନା ଥାଉକି ବଲାଙ୍ଗିର ଜିଲ୍ଲା ପାଟଣାଗଡ ମହିମା ମଠର ଭରତ ଚନ୍ଦ୍ର ବୋଲି ଜଣେ ମହିମା ଧର୍ମାଲମ୍ବି ବାବା ଖଡିଆଳ ଅଂଚଳ ଲାଂଜି ଅଂଚଳରେ ରହୁଥିଲା। ଲୋକମାନଙ୍କୁ ରୋଗ ଛଡେଇ ଦେବି କହି ଚେରୁମୁଳି ଦେଇ ଅର୍ଥ ସଂଗ୍ରହ କରିବା ସହିତ ମହିଳାମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ବୁଧବାର ଉକ୍ତ ଲାଂଜି ଗ୍ରାମର ଜଣେ ନାବାଲିକାକୁ ଅସଦାଚରଣ କରି ଦେହରେ ହାତ ମାରିଥିଲା। ବାବାର ଏଭଳି ଏଭଳି କାରନାମାକୁ ଉକ୍ତ ନାବାଲିକା ଖଡିଆଳ ଥାନାରେ ଅଭିଯୋଗ କରିଥିଲା। ଖଡିଆଳ ପୋଲିସ ବାବାକୁ ବୁଧବାର କାବୁ କରି ଅଟକ ରଖି ପଚାରା ଉଚୁରା କରିଥିଲେ। ସତ୍ୟତା ଜାଣିଲା ପରେ ଗୁରୁବାର ବାବା କୁ କୋର୍ଟ ଚାଳଣ କରିଥିବା ଖଡିଆଳ ପୋଲିସ ତରଫରୁ ପ୍ରକାଶ କରାଯାଇଛି।