Odiapua.com

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ। ସୂଚନାଯୋଗ୍ୟଯେ, ଆସନ୍ତା କାଲି ହେବ ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ। ଫ୍ଲୋର ଟେଷ୍ଟ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ମହାବିକାଶ ଆଗାଡି (MVA) ସରକାର ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ୧୧ ଟାରେ ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ। ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଫେସ୍‌ବୁକ୍‌ ଲାଇଭରେ ଆସି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଏପରି ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ କହିଛନ୍ତିଯେ, ଭଲ କାର୍ଯ୍ୟ ମଧ୍ୟରେ ଅସୁବିଧା ଆସିଥାଏ। ଯେଉଁମାନେ ଆମର ଥିଲେ ସେମାନେ ଚାଲିଗଲେ। ଯେଉଁମାନଙ୍କୁ ବିରୋଧୀ ବୋଲି କୁହାଯାଉଥିଲା ସେମାନେ ଆଜି ଆପଣଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି।