Odiapua.com

ମହାରାଷ୍ଟ୍ର: କଂଗ୍ରେସର ନାନା ପଟୋଲେ ହେବେ ବିଧାନସଭା ସ୍ପିକର, ବିଜେପିର ପ୍ରାର୍ଥୀ, ଫେରାଇ ନେଲେ ପ୍ରାର୍ଥୀପତ୍ର

ମୁମ୍ବାଇ ୧-୧୨ (ଓଡ଼ିଆ ପୁଅ) ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷ ପଦ ପାଇଁ ଆଜି ହେବାକୁ ଥିଲା ନିର୍ବାଚନ। କିନ୍ତୁ ନିର୍ବାଚନ ପୂର୍ବରୁ ହୋଇଥିବା ସର୍ବଦଲୀୟ ବୈଠକରେ ବିରୋଧି ଦଳ ବିଜେପି ସହିତ ସହମତି ବନିଯିବାରୁ ବିଜେପିର ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଫେରାଇ ନେଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲେ, ମହାରାଷ୍ଟ୍ର ବିଧାନସଭାରେ ନିର୍ବିରୋଧ ବାଚସ୍ପତି ଭାବେ ନିର୍ବାଚିତ ହେବା ସୁନିଶ୍ଚିତ ହୋଇଯାଇଛି। ବିଜେପିର ପ୍ରାର୍ଥୀ କିସନ ଶଙ୍କର କଥୋରେ ନିଜର ପ୍ରାର୍ଥୀପତ୍ର ଫେରାଇ ନେଇଛନ୍ତି।