Odiapua.com

ମହାରାଷ୍ଟ୍ରରେ ୯୦,୦୦୦-ପାର କଲା କରୋନା, କେବଳ ମୁମ୍ବାଇରେ ୫୧ ହଜାର – ଆଜି ମନୀଷ ସିସୋଦିଆ କହିଲେ କେବଳ ଦିଲ୍ଲୀରେ ହେବେ ସାଢ଼େ ପାଞ୍ଚ ଲକ୍ଷ ଆକ୍ରାନ୍ତ

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ୯୦,୦୦୦-ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ମୁମ୍ବାଇରେ ୫୧ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ଲୋକଙ୍କ ଭିତରେ ଖେଳାଇଛି ଆତଙ୍କ। ଆଜି ବିଜେପି ନେତା ଜ୍ୟୋତିରାଦିତ୍ୟଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ମା’ଙ୍କ ମଧ୍ୟ ପଜିଟିଭ୍ ଆସିଛି। କେବଳ ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଆକ୍ରାନ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆଜି ଦିଲ୍ଲୀରେ ଉପ ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା ସମସ୍ତ ଦିଲ୍ଲୀବାସୀଙ୍କୁ ଡରାଇ ଦେଇଛି। ସିସୋଦିଆ କହିଲେ ଦିଲ୍ଲୀରେ ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ହେବ ସାଢ଼େ ପାଞ୍ଚ ଲକ୍ଷ। ତେଣୁ ଦିଲ୍ଲୀରେ ୮୦ ହଜାର ଶଯ୍ୟାର ଆବଶ୍ୟକତା ରହିଛି। ଏବେ ଆମେ ସୂଚାଇ ଦେବାକୁ ଚାହୁଁଛୁଯେ, ବର୍ତ୍ତମାନ ଦିଲ୍ଲୀରେ ଆକ୍ରାନ୍ତମାନଙ୍କୁ ହସ୍ପିଟାଲରେ ଶଯ୍ୟା ନମିଳିବା କାରଣରୁ ଅନେକଙ୍କର ମୃତ୍ୟୁ ହୋଇଛି।

ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ ୬୫ ହଜାର ଅତିକ୍ରମ କରିଛି। ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଗତ ୨୪ ଘଣ୍ଟାରେ ପାଖାପାଖି ୧୦ ହଜାର ଥିବା ବେଳେ ଏ ପର୍ଯ୍ୟନ୍ତ ଦେଶରେ ସାଢ଼େ ସାତ ହଜାର ଲୋକଙ୍କର ମୃତ୍ୟୁ ହେଲାଣି।

ଅପରପଟେ ଏବେ କେନ୍ଦ୍ରରେ ଶାସନ କରୁଥିବା ଶାସକ ଦଳ, ଦଳୀୟ ପ୍ରଚାରରେ ଲାଗି ପଡ଼ିଛନ୍ତି। ରାଜ୍ୟ, ରାଜ୍ୟ ବୁଲି ଏବେ ଭର୍ଚୁଆଲ ରାଲି ଚାଲିଛି। ଏବେ ଶାସକ ଦଳକୁ, କିପରି ମହାମାରୀର ସୁପରିଚାଳନା ହେବ ତାହା ପ୍ରତି ଧ୍ୟାନ ଦେବା ଆବଶ୍ୟକ।