Odiapua.com

ମହାରାଷ୍ଟ୍ରରେ ଓମିକ୍ରନ୍ ବିସ୍ପୋରଣ ! ୧୯୮ ଟି ନୂଆ ମାମଲା ସହିତ ମୋଟ ସଂଖ୍ୟା ୪୫୦ କୁ ବୃଦ୍ଧି : ଓମିକ୍ରନରେ ଦେଶର ପ୍ରଥମ ମୃତ୍ୟୁ

ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ଓମିକ୍ରନ୍ ଭାରିଆଣ୍ଟର ୧୯୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହ ସମୁଦାୟ ସଂଖ୍ୟା ୪୫୦ କୁ ବୃଦ୍ଧି ପାଇଛି।

ଅପର ପକ୍ଷରେ ମହାରାଷ୍ଟ୍ରରେ ୫, ୩୬୮ ନୂଆ COVID୧୯ ରେକର୍ଡ଼ ହୋଇଛି ଏବଂ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୧୮, ୨୧୭ କୁ ବୃଦ୍ଧି ପାଇଛି।

ରାଜ୍ୟରେ ଓମିକ୍ରନ୍ ମାମଲା ୪୫୦ କୁ ବୃଦ୍ଧି ପାଇଥିବା ବେଳେ ନୂଆ ଭ୍ୟାରିଆଣ୍ଟ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।