Odiapua.com

ମହାମାରୀ କରୋନା ପାଇଁ ୩ମାସ ହେଲା ହାତବାନ୍ଧି ବସିଛନ୍ତି ବାବାମଣିଙ୍କ ସେବାୟତ : ଇନମ୍ପୋସିସ ସେବକଙ୍କୁ ଯୋଗାଇଲା ଆହାର

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହମାରୀ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ଦୀର୍ଘ ୩ମାସ ହେବ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବା ସହିତ ଆଗନ୍ତୁକ ଭକ୍ତମାନଙ୍କର ପୂଜାର୍ଚ୍ଚନା ଓ ଦର୍ଶନ ବନ୍ଦ ରହିଛି । ଯାହାଫଳରେ ଦୀର୍ଘ ୩ମାସ ହେବ ୪/୫ଶହ ସେବାୟତମାନେ ଦୈନଦିନ ପାଳି ଅନୁଯାୟୀ ସାମଜିକ ଦୂରତା ରକ୍ଷାକରିବା ସହ ମାକ୍ସ ପରିଧ୍ୟାନ କରି ମଣିବାବଙ୍କର ନୀତିକାନ୍ତି ଓ ସମସ୍ତ ସେବାପୂଜା ସୁଚାର ରୂପେ କରିଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୈାଣସି ସହାୟତା ମିଳିପାରିନାହିଁ । ଏପରିକି ମନ୍ଦିରର ଶତପ୍ରତିଶତ ସେବାୟତ ଭକ୍ତମାନଙ୍କ ଦାନ ଦକ୍ଷିଣାରେ ଜୀବିକା ପୋଷଣ କରୁଥିବାରୁ ୩ମାସ ହେବ ଭକ୍ତ ଆସୁନଥିବାରୁ ହାତବାନ୍ଧି ବସି ରହିଛନ୍ତି ୨୫୦ ପରିବାରର ୪/୫ଶହ ସେବାୟତ । ଏପରି ଖବର ଇନମ୍ପୋସିସ ପାଇବା ପରେ ମଙ୍ଗଳବାର ଇନମ୍ପରାସିସର ମୁଖ୍ୟ ସୁଦାମୁକ୍ତି ସେବାୟତ ବଳରାମ ପାଢୀଙ୍କ ନେତୃତ୍ୱରେ ମନ୍ଦିରର ସମସ୍ତ ସେବାୟତମାନଙ୍କୁ କିଛିଦିନ ଆହାର ନିମନ୍ତେ ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ କରିଥିଲା । ଯାହାକୁ ନେଇ ସେବାୟତମାନେ ମଣିବାବଙ୍କ ନିକଟରେ ଇନମ୍ପୋସିସର ମଙ୍ଗଳକାମନା କରିବା ସହିତ ଉ୍‌ତ୍ତୋତ୍ତର କାମନା କରିଛନ୍ତି ।