Odiapua.com

ମହାମହିମ ରାଜ୍ୟପାଳଙ୍କ ଦିନିକିଆ ଭଦ୍ରକ ଗ୍ରସ୍ତ, ଓଡ଼ିଆରେ ନମସ୍କାର, ଜୁହାର ଓ ଅଭିନନ୍ଦନରୁ ବକ୍ତବ୍ୟ ଆରମ୍ଭ, ରାଷ୍ଟ୍ର ନିର୍ମାଣରେ ଶିଶୁ ମନ୍ଦିରର ଭୂମିକା ଅଗ୍ରଣୀ – ରାଜ୍ୟପାଳ

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଦିନିକିଆ ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ୨୫ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ରଜତ ଜୟନ୍ତୀ ସମାରୋହରେ ଦିକ୍ଷାନ୍ତ ଭାଷଣ ରଖିଛନ୍ତି । ରାଜ୍ୟପାଳ ଦିବା ୧୨ଘଟିକାରେ ବନ୍ତ ଶିଶୁ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଛାତ୍ର ଛାତ୍ରୀ ମାନେ ଅଭିବାଦନ ଜଣାଇଥିଲେ । ପରେ ଆୟୋଜିତ ସଭାକୁ ରଜତ ଜୟନ୍ତୀ ପରିଚାଳନା ସମିତିର ମୁଖ୍ୟ ଉପଦେଷ୍ଟା ଡ. ଶୁଭେନ୍ଦ୍ର କୁମାର ମିଶ୍ର ପୌରହିତ୍ୟ କରିଥିଲେ । ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭରେ ଓଡ଼ିଆରେ ନମସ୍କାର, ଜୁହାର ଓ ଅଭିନନ୍ଦନରୁ ବକ୍ତବ୍ୟ ଆରମ୍ଭ କରିଥିଲେ । ଯାହାକି ଉପସ୍ଥିତ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀଙ୍କୁ ଚକିତ କରିଥିଲା । ସେ ଶିଶୁ ମନ୍ଦିରର ପରିବେଶ ଦେଖି ବିମୁଗ୍ଧ ହୋଇଥିବା ବେଳେ ଏଠାରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତିୟମାନ ହେଉଛି ବୋଲି କହିଥିଲେ । ଶିଶୁ ମନ୍ଦିର ସାଧାରଣ ସଂସ୍ଥା ନୁହେଁ,ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ଭୂମୀକା ଲିଭାଉ ଥିବା ବେଳେ ଏଠାରୁ ଅଧ୍ୟୟନରତ ଛାତ୍ର ଛାତ୍ରୀ ସଂସ୍କାରିତ ହୋଇଥାନ୍ତି । ଆହୁରି ମଧ୍ୟ ଗୁଣାବର୍ତ୍ତା ଶିକ୍ଷା ପ୍ରଦାନ ସହ ଖେଳ,କୁଦ ଓ ପ୍ରତିଭା ତିଆରି କରିବାରେ ଅଗ୍ରଣୀ ଭୂମୀକା ରେ ଶିଶୁ ମନ୍ଦିର ରହିଛି । ତେଣୁ ଏଠାରେ ଅଧ୍ୟୟରତ ଛାତ୍ର ଛାତ୍ରୀ ଚାକିରୀ ପାଇଁ ପାଠ ନ ପଢି ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ କେନ୍ଦ୍ରର ନୂଆ ଶିକ୍ଷାନିତୀ ପ୍ରଣୟନରେ ଆଞ୍ଚଳିକ ଭାଷାକୁ ଯୋଡ଼ା ଯାଇଛି । ଯାହା ଫଳରେ ଆଗାମୀ ଦିନରେ ସରକାରୀ ସ୍କୁଲ ଗୁଡିକରେ ଉନ୍ନତ ଶିକ୍ଷା ଦିଆଯାଇ ପାରିବ ।

ଏବେ ଅଧାରୁ ପାଠ ଛାଡୁଥିବା ପିଲା ମାନଙ୍କ ପାଇଁ ଆମକୁ ଚିନ୍ତା କରିବାକୁ ପଡିବ । ସମସ୍ତେ ପାଠ ପଢିବା ସହ ଗରିବ ଦୂର ପାଇଁ ଶିକ୍ଷା ହିଁ ବଡ ପଦକ୍ଷେପ ଓ ପ୍ରକୃଷ୍ଠ ମାଧ୍ୟମ ବୋଲି ସେ କହି ଶିଶୁ ମନ୍ଦିରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟପକ୍ଷରେ ଭାରତ ବିଶ୍ୱ ଗୁରୁ ପାଇଁ ଆଗଉ ଥିବା ବେଳେ ଏଥି ପାଇଁ ଯୁବ ଶକ୍ତିର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସଭାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତ କହିଲେ ବନ୍ତ ସଦର ମହକୁମାରେ କୋର୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦମକଳକେନ୍ଦ୍ର ଆଦି ପ୍ରତିଷ୍ଠା ହୋଇପାରି ନାହିଁ । ଯାହାକି ଦୁଃଖର ବିଷୟ । ଏହି ଜିଲ୍ଲାରୁ ଡ. ହରେକୃଷ୍ଣ ମହତାବ, ନିଳମଣୀ ରାଉତରାୟଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ବେଳେ ମେଡିକାଲ କଲେଜ ହୋଇପାରୁ ନାହିଁ । ଏଥିସହ ଭଦ୍ରକରେ ପାରାମିଲିଟାରୀ ଫୋର୍ସ ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ, ପୂର୍ବୋତର ସମ୍ଭାଗ ସଭାପତି ଅମୂଲ୍ୟ ପ୍ରସାଦ ନାୟକ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳ “ପ୍ରୟାସ”ପୁସ୍ତକକୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଶିଶୁ ମନ୍ଦିର ସମ୍ପାଦକ ସନ୍ତୋଷ କୁମାର ଜେନା ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା ବାର୍ଷିକ ବିବରଣୀ ପାଠ ଓ ଶେଷରେ ବନ୍ଦେ ମାତରାମ ଗାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର ଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିରର ସଭାପତି ସୁରେନ୍ଦ୍ର କୁମାର ବାରିକ ସଭା ପରିଚାଳନା କରିଥିଲେ ।

ଏହି ଅବସରରେ ପୂର୍ବତନ ପରିଚାଳନା କମିଟିର ସଭ୍ୟ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବରୁ ରାଜ୍ୟପାଳ ବରପଦା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଅଙ୍ଗନୱାଡି ପିଲା ମାନଙ୍କ ସହ କିଛି ସମୟ କାଟିବା ପରେ ପୋଷଣ ଯୋଜନାର କାର୍ଯ୍ୟକାରିତା ନେଇ ପଚାରି ବୁଝିଥିଲେ । ପରେ ଓଡ଼ଙ୍ଗ ସ୍ଥିତ ଶତି ସାବିତ୍ରୀ ଉଚ୍ଚ ବିଦ୍ୟା ପୀଠରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରିତା ନେଇ ପଚାରି ବୁଝିଥିଲେ । ଉପସ୍ଥିତ ଏମ୍‌ବିକେ ସମସ୍ତ ଠିକ୍ ଠାକ୍ ଚାଲୁଛି କହିଥିବା ବେଳେ ଉପସ୍ଥିତ ଲୋକଙ୍କ ବିରୋଧରେ ସମ୍ମୁଖୀନ ହୋଇଥିଲେ । ଶେଷରେ କାଦବରାଙ୍ଗ ପଞ୍ଚାୟତର ବାବା ଧବଳେଶ୍ୱର ପଞ୍ଚାୟତ ମହିଳା ମହାସଂଘର ଉତ୍ପାଦିତ ସାମଗ୍ରୀକୁ ବୁଲି ଦେଖିଥିବା ବେଳେ ବଜାର ବିକ୍ରୀ ଓ ନାରୀ ଶକ୍ତି ଅଭିବୃଦ୍ଧି ନେଇ ଭାବ ବିନିମୟ କରିଥିଲେ । ବରିଷ୍ଠ ନାଗରିକ ଭାଷ୍କର ଚନ୍ଦ୍ର ପାଢୀ, ନାରାୟଣ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ବାରିକ ଦମକଳକେନ୍ଦ୍ର, ବରିଷ୍ଠ ନାଗରିକ ଗୃହ ଓ ଡାକ୍ତରଖାନା ସମସ୍ୟା ଓ କୋର୍ଟ ପ୍ରତିଷ୍ଠା ପାଇଁ ଆଇନଜୀବୀ ପରମେଶ୍ୱର ବାରିକ, ରାଧାନାଥ ସାହୁ, ସତ୍ୟ ରଞ୍ଜନ ଜେନା ପ୍ରମୁଖ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପ-ଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।