Odiapua.com

ମହାମହିମ ରାଜ୍ୟପାଳଙ୍କୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀପତ୍ର ପ୍ରଦାନ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରତିଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହେବ’ – ଏହା ଥିଲା ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଶେଶୀଲାଲଜୀଙ୍କ ‘ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି’ ର ସଦସ୍ୟମାନଙ୍କୁ ସାନ୍ତ୍ୱନାମୂଳକ ଆଶ୍ୱାସନା। ମହାମହିମ ରାଜ୍ୟପାଳଙ୍କ ଭଦ୍ରକ ଗସ୍ତ ଅବସରରେ ‘ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି’ ର ସଦସ୍ୟମାନଙ୍କ ମଧ୍ୟରୁ ଡାକ୍ତର ହରେକୃଷ୍ଣ ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଡଃ ରାଧାରାଣୀ ମହାପାତ୍ର ଏବଂ ଶାନ୍ତନୁ ରାଉତ ତାଙ୍କୁ ସାକ୍ଷାତ କରି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରିବା ସହିତ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ସଂପର୍କରେ ଅବଗତ କରାଇଥିଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବିଶେଷଜ୍ଞ ଓ ଡାକ୍ତରୀ ପଦବୀ ସହିତ ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ସ୍ୱାସ୍ଥ୍ର‌୍ୟସେବା କ୍ଷେତ୍ରରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରୁଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଭଦ୍ରକ ଜିଲ୍ଲାବାସୀ ନୁହନ୍ତି, ପଡୋଶୀ କେନ୍ଦ୍ରାପଡା, କେଉଁଝର ଏବଂ ନିକଟବର୍ତ୍ତୀ ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର ବହୁ ଅଧିବାସୀ ନିର୍ଭରଶୀଳ। ତେଣୁ ସୀମିତ ସମ୍ବଳ ଓ ଡାକ୍ତରଙ୍କ ସହାୟତାରେ ଏହି ସେବା ଯୋଗାଇଦେବା ସମ୍ଭବ ହେଉନାହିଁ। ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି ଏବଂ ଦୁଃଖର କଥା ଭଦ୍ରକ ମେଡିକାଲ ସେ ସମସ୍ତ ସୁବିଧା ପାଇବାରୁ ବଞ୍ôଚତ ରହିଛି। ମହାମହିମ ରାଜ୍ୟପାଳ ସମସ୍ତ ଦାବି ସଂପର୍କରେ ଅବଗତ ହେବା ପରେ ଏଥିରେ ଉନ୍ନତି ଆଣିବା ନିମନ୍ତେ ଆଶ୍ୱାସନା ଦେଇଥିଲେ। ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ଆବାହକ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଶହୀଦମାନଙ୍କ ଉପରେ ସ୍ୱରଚିତ ଦୁଇଟି ପୁସ୍ତକ ‘ଶହୀଦ ପ୍ରଣାମ’ ଏବଂ ‘ଶହୀଦ ସ୍ମରଣେ’ ମହାମହିମ ରାଜ୍ୟପାଳଙ୍କୁ ଉପହାର ପ୍ରଦାନ କରିଥିଲେ ଏବଂ ଆନନ୍ଦର କଥା ଓଡିଆ ଭାଷା ସହିତ ସୁପରିଚିତ ମହାମହିମ ରାଜ୍ୟପାଳ ସମସ୍ତ ଶହୀଦଙ୍କ ନାମ ପାଠ କରି ପୁସ୍ତକର ଉଚ୍ଚ ପ୍ରଶଂସା କରିଥିଲେ।