Odiapua.com

ମହାବୀର ନଗରରେ ବାଗ୍‌ଦେବୀଙ୍କ ପୂଜୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗେଲପୁର ପଞ୍ଚାୟତ ସାମରାଇପୁରସ୍ଥିତ ମହାବୀର ନଗରରେ ଦ୍ୱିତୀୟ ବର୍ଷ ମା’ ସରସ୍ୱତୀଙ୍କ ପୂଜୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ନଗର ବାସୀଙ୍କ ପକ୍ଷରୁ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ସହିତ ଏକ ବନ୍ଧୁମିଳନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ମହାବୀର କଲୋନୀର ସହ ସଂପାଦକ ଅତନୁ କୁମାର ପାତ୍ର ଓ ତାଙ୍କ ଧର୍ମପତ୍ନୀ ଶୁଭଲିପ୍ସା ପାତ୍ର ପୂଜାରେ ସଂକଳ୍ପ କରିଥିବାବେଳେ ନିର୍ମଳ ଚନ୍ଦ୍ର ବେହୁରିଆ, ତୁଷାରକାନ୍ତି ବାରିକ, ପ୍ରମୋଦ ରାୟ, କମଳାକାନ୍ତ ନାୟକ, ଚୈତନ୍ୟ ମହାପାତ୍ର, ପ୍ରତାପ ସାହୁ, ରାଜେନ୍ଦ୍ର ଜେନା,ବିଦ୍ୟାଧର ସାହୁ, ଯୁଧିଷ୍ଠିର ସାହୁ, ଉମାକାନ୍ତ ପଲେଇ, ଦିବାକର ସେଠୀ, ପ୍ରମୋଦ ନାୟକ, ଗଂଗାଧର ପାଣିଗ୍ରାହୀ, ଇତିଶ୍ରୀ ଦାସ, ପ୍ରମୋଦ ନାୟକ, ପ୍ରଭାତ କିଶୋର ଦାସ, ଇଂ ହିମାଂଶୁ ଶେଖର ପାତ୍ର, ଲକ୍ଷ୍ମୀଧର ଜେନା, ଜ୍ଞାନରଂଜନ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଶେଷରେ ସମସଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।